33.1 C
Bhubaneswar
Thursday, April 25, 2024
Homeଅପରାଧଝାଡ଼ଖଣ୍ଡ ଜଜ୍‌ଙ୍କୁ ହତ୍ୟା ମାମଲା: ୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଝାଡ଼ଖଣ୍ଡ ଜଜ୍‌ଙ୍କୁ ହତ୍ୟା ମାମଲା: ୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ରାଞ୍ଚି: ୨୦୨୧ ଜୁଲାଇ ୨୮ରେ ଝାଡ଼ଖଣ୍ଡର ଧାନବାଦ ସହରରେ ଅତିରିକ୍ତ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କୁ ଉଦ୍ଦେଶ୍ୟମୂଳକଭାବେ ଅଟୋ ଚଢାଇ ହତ୍ୟା କରାଯାଇଥିଲା । ଘଟଣାର ଠିକ୍ ଏକବର୍ଷ ପରେ ଅର୍ଥାତ୍ ଚଳିତବର୍ଷ ଜୁଲାଇ ୨୮ରେ ରାଞ୍ଚିସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାରେ ସଂପୃକ୍ତ ଅଟୋ ଚାଳକ ଲଖନ୍ ବର୍ମା ଓ ତାହାର ସହଯୋଗୀ ରାହୁଲକୁ ଦୋଷୀସାବ୍ୟସ୍ତ କରିବା ସହ ଦଣ୍ଡବିଧାନକୁ ସ୍ଥଗିତ ରଖିଥିଲେ । ତେବେ ଶନିବାର ସିବିଆଇ କୋର୍ଟ ଉଭୟଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ୨୦୨୧ ଜୁଲାଇ ୨୮ରେ ୪୯ ବର୍ଷୀୟ ଜଷ୍ଟିସ ଆନନ୍ଦ ଘଟଣାଦିନ ପ୍ରାତଃଭ୍ରମଣରେ ବାହାରିଥିବାବେଳେ ଅଭିଯୁକ୍ତ ଦ୍ୱୟ ଦ୍ରୁତଗତିରେ ଅଟୋ ଚଳାଇ ତାଙ୍କୁ ଧକ୍କା ଦେଇଥିଲେ । ଗୁରୁତର ଅବସ୍ଥାରେ ଆନନ୍ଦଙ୍କୁ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରଥମେ ଏହା ଏକ ସଡକ ଦୁର୍ଘଟଣା ବୋଲି ଅନୁମାନ କରାଯାଉଥିଲା । ତେବେ ସିସିଟିଭି ଫୁଟେଜ୍‌ରୁ ଏହା ଏକ ଉଦ୍ଦେଶ୍ୟମୂଳକ ହତ୍ୟାକାଣ୍ଡ ବୋଲି ଜଣାପଡିବାପରେ ଦେଶବ୍ୟାପୀ ଚହଳ ପଡିଯାଇଥିଲା । ସୁପ୍ରିମକୋର୍ଟ ନିଜ ତରଫରୁ ମାମଲା ହାତକୁ ନେଇ ଏହାର ତୁରନ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ତଦନ୍ତ ପ୍ରକ୍ରିୟା ତଦାରଖ କରିବାକୁ ଝାଡଖଣ୍ଡ ହାଇକୋର୍ଟଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସିବିଆଇ ପକ୍ଷରୁ ଚଳିତବର୍ଷ ପ୍ରାରମ୍ଭରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବାପରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅପରପକ୍ଷରେ ଏହି ଦଣ୍ଡାଦେଶ ବିରୋଧରେ ଲଖନ୍ ଓ ରାହୁଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସେମାନଙ୍କ ଓକିଲ ଗଣମାଧ୍ୟମକୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking