32.1 C
Bhubaneswar
Sunday, May 19, 2024
Homeଖେଳମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍‌ : ଶୀର୍ଷସ୍ଥାନ ହରାଇଲେ ମିତାଲି, ୨ରେ ଝୁଲନ୍‌

ମହିଳା ଦିନିକିଆ ର‌୍ୟାଙ୍କିଙ୍ଗ୍‌ : ଶୀର୍ଷସ୍ଥାନ ହରାଇଲେ ମିତାଲି, ୨ରେ ଝୁଲନ୍‌

ଦୁବାଇ: ମଙ୍ଗଳବାର ପ୍ରକାଶିତ ଆଇସିସି ମହିଳା ଦିନିକିଆ ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ରେ ଭାରତୀୟ କ୍ୟାପ୍‌ଟେନ୍ ମିତାଲି ରାଜ ଶୀର୍ଷସ୍ଥାନ ହରାଇ ତୃତୀୟକୁ ଖସି ଆସିଛନ୍ତି । ଅନ୍ୟପକ୍ଷରେ ଭେଟେରାନ୍ ଝୁଲନ ଗୋସ୍ୱାମୀ ଦୁଇଟି ସ୍ଥାନର ଉନ୍ନତି ସହ ବୋଲିଂ ତାଲିକାର ୨ୟ ସ୍ଥାନରେ ପହଞ୍ଚିଛନ୍ତି । ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୨୯ ହାରରେ ମାତ୍ର ୮୭ ରନ୍ କରିଥିବା ମିତାଲିଙ୍କ ପଏଣ୍ଟ ୭୩୮ ଥିବାବେଳେ ସାଉଥ୍ ଆଫ୍ରିକାର ଲିଜେଲ୍ ଲି’ ୭୬୧ ପଏଣ୍ଟ୍ ସହ ଦ୍ୱିତୀୟରୁ ଶୀର୍ଷକୁ ଉଠିଛନ୍ତି । ଅଷ୍ଟ୍ରେଲିଆର ଏଲିସା ହିଲି ୭୫୦ ପଏଣ୍ଟ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଅନ୍ୟତମ ଭାରତୀୟ ବ୍ୟାଟର୍ ସ୍ମୃତି ମନ୍ଧାନା (୭୧୦) ଗୋଟିଏ ସ୍ଥାନର ଉନ୍ନତି ସହ ୬ଷ୍ଠରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଦିନିକିଆରେ ୩୭ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିବା ଝୁଲନ୍ ସିରିଜ୍‌ରେ ମୋଟ ୪ଟି ୱିକେଟ୍ ନେଇଥିଲେ । ଝୁଲନ୍ ୭୨୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଅଷ୍ଟ୍ରେଲିଆର ଜେସ୍ ୟୋନାସେନ୍ ୭୬୦ ପଏଣ୍ଟ ସହ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି ।

ଅଷ୍ଟ୍ରେଲିଆର ମେଗନ୍ ଶୁଟ୍ (୭୧୭) ଗୋଟିଏ ସ୍ଥାନର କ୍ଷତି ସହ ୩ୟ ସ୍ଥାନରେ ଥିବାବେଳେ ଇଂଲଣ୍ଡର ଆନ୍ୟା ଶୁବସୋଲ୍ ଓ କେଟ୍ କ୍ରସ୍ ଯଥାକ୍ରମେ ୯ମ ଓ ୧୦ମ ସ୍ଥାନରେ ରହିଛନ୍ତି । ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆର ବେଥ୍ ମୁନୀ ୮ଟି ସ୍ଥାନର ଲାଭ ସହ ୮ମରେ ପହଞ୍ଚିଥିବାବେଳେ ତାଙ୍କ ସାଥୀ ଖେଳାଳି ମେଗ୍ ଲେନିଙ୍ଗ୍‌୭ମ ସ୍ଥାନରେ ରହିଛନ୍ତି । ଅଲ୍‌ରାଉଣ୍ଡର ତାଲିକାରେ ଝୁଲନ୍ ଗୋସ୍ୱାମୀ (୨୫୧) ୩ଟି ସ୍ଥାନ ଉନ୍ନତି ସହ ୧୦ମ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ଅଷ୍ଟ୍ରେଲିଆ ଏଶ୍ ଗାର୍ଡନର୍ ୪ଟି ସ୍ଥାନର ଉନ୍ନତି ସହ ୬ଷ୍ଠରେ ପହଞ୍ଚିଥିବା ବେଳେ ଖରାପ ଫର୍ମ ଯୋଗୁଁ ଏଲିସ୍ ପେରୀ ୨ଟି ସ୍ଥାନର କ୍ଷତି ସହ ୩ୟ ସ୍ଥାନକୁ ଖସି ଆସିଛନ୍ତି । ଫଳରେ ସାଉଥ୍ ଆଫ୍ରିକାର ମାରିଜେନ୍ କ୍ୟାପ୍ ଶୀର୍ଷରେ ପହଞ୍ଚିଛନ୍ତି । ଭାରତର ଦୀପ୍ତି ଶର୍ମା ଗୋଟିଏ ସ୍ଥାନର କ୍ଷତି ସହ ୫ମରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking