ନୂଆଦିଲ୍ଲୀ: ଚାକିରି ଦେବାର ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଲଗାତାର ୨୭ ଦିନ ପର୍ଯ୍ୟନ୍ତ ଦୁଷ୍କମ ଏବଂ ତାଙ୍କର ୭ ବର୍ଷୀୟ ଝିଅଙ୍କୁ କରାଯାଇଛି ଶୋଷଣ। ତେବେ ମହିଳା ଜଣକ କୌଶଳ କ୍ରମେ ଖସି ଆସି ଦିଲ୍ଲୀ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ ସମ୍ପୂର୍ଣ୍ଣ ଘଟଣା ଉପରୁ ପର୍ଦଫାଶ ହୋଇଥିଲା। ମହିଳାଙ୍କ ଝିଅକୁ ମାନବ ଚାଲାଣ ରାକେଟ ନିକଟରୁ ଉଦ୍ଧାର କରାଯାଇଛି। ମହିଳା ଜଣକଙ୍କ ଅଭିଯୋଗ ଅନୁସାରେ ସେ ଆସାମର ହୋଇଥିବା ବେଳେ ଏକ ମାସ ପୂର୍ବେ ଦୀପକ ନାମକ ଜଣେ ବ୍ୟକ୍ତି ତାଙ୍କୁ ଏବଂ ତାଙ୍କର ସ୍ବାମୀ ଏବଂ ୭ ବର୍ଷର ଝିଅକୁ ଚାକିରି ଦେବାର ବାହାନାରେ ସାଙ୍ଗରେ ଦିଲ୍ଲୀ ନେଇକି ଆସିଥିଲା।
ଯେତେବେଳେ ସେ ପୁରୁଣା ଦିଲ୍ଲୀ ରେଲଓ୍ବେ ଷ୍ଟେସନ୍ ପହଁଞ୍ଚିଥିଲେ, ସେତେବେଳେ ଦୀପକ ତାଙ୍କୁ ଫରାହ ନାମକ ଜଣେ ମହିଳାଙ୍କ ସହ ସାକ୍ଷାତ କରାଇଥିଲା। ଫରାହ ଓ ଦୀପକ ତାଙ୍କୁ ମଜନୁର ଟିଲା ନେଇଯାଇଥିଲେ। ଯେଉଁଠାରେ ଦୀପକ ରହୁଥିଲା। ଫରାହ ପୂଜା(ମହିଳାଙ୍କ ଛଦ୍ମନାମ)ଙ୍କୁ କହିଥିଲାହୋଟେଲରେ ତାକୁ ଚାକିରି ଦେବ ଓ ତାଙ୍କ ଝିଅକୁ ଭଲ ସ୍କୁଲରେ ଆଡମିସନ୍ କରିବ। ଏଭଳି ବାହାନା କରି ପୂଜା ଠାରୁ କିଛି କାଗଜପତ୍ରରେ ଫରାହ ଦସ୍ତଖତ କରିନେଇଥିଲା ଓ ତା’ର ପ୍ୟାନ୍ କାର୍ଡ, ଆଧାର କାର୍ଡ,ବ୍ୟାଙ୍କ ପାସବୁକ୍ ସହିତ ତା’ର ସମସ୍ତ କାଗଜପତ୍ର ନେଇଯାଇଥିଲା।୨-୩ ଦିନ ପରେ, ଫରାହ ପୂଜାର ୭ ବର୍ଷର ଝିଅ ସହିତ ଜିବି ରୋଡର କୋଠା ନମ୍ବର ୪୦କୁ ଆଣିଥିଲା। ସେ ପୂଜାକୁ କହିଥିଲା ତା’ର ଝିଅକୁ ଏକ ହଷ୍ଟେଲରେ ରଖିବ ଓ ତାକୁ ପଢାଇବା ପାଇଁ ସ୍କୁଲରେ ଭର୍ତ୍ତି କରାଯିବ। କିନ୍ତୁ ଝିଅଟିକୁ ମହିମା ନାମକ ଜଣେ ମହିଳାଙ୍କ ଘରେ ରଖାଯାଇଥିଲା। ଜିବି ରୋଡରେ ଫରାହ ପୂଜାଙ୍କୁ ବଳପୂର୍ବକ ଦେହ ବେପାର ଧନ୍ଦାରେ ଲଗାଇଥିଲା ଓ ତାକୁ ଧମକ ଦେଇଥିଲା ଯେ, ଯଦି ସେ ତା କଥା ନଶୁଣେ ତେବେ, ତା’ର ଝିଅ ଓ ସ୍ବାମୀକୁ ମାରିଦେବେ। ମହିଳା ଜଣଙ୍କର ଅଭିଯୋଗ ଅନୁସାରେ ତା’ଙ୍କ ସହିତ ଜିବି ରୋଡରେ ବହୁଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରାଯାଇଥିଲା। ତାଙ୍କୁ ୩ ଜୁଲାଇରୁ ୩୦ ଜୁଲାଇ ପର୍ଯ୍ୟନ୍ତ ପ୍ରତିଦିନ ୧୫-୨୦ ଲୋକଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା।
ପୂଜା ତାଙ୍କ ସ୍ବାମୀଙ୍କ ସାହାର୍ଯ୍ୟରେ ସେହି ସ୍ଥାନରୁ ଖସି ଆସିବାରେ ସଫଳ ହୋଇଥିଲେ ଓ ତୁରନ୍ତ ଦିଲ୍ଲୀ ମହିଳା କମିଶନଙ୍କ ସହିତ ଯୋଗାଯୋଗ କରିଥିଲେ। ସେ ମହିଳା କମିଶନଙ୍କ ଆଗରେ କହିଥିଲେ ତାଙ୍କ ଝିଅ ମାନବ ଚାଲାଣ ରାକେଟର ଶିକାର ହୋଇଛନ୍ତି ଏବେ ତାଙ୍କୁ ଝିଅ ବିଷୟରେ କୌଣସି ସୂଚନା ନାହିଁ। ଏହାପରେ ମହିଳା କମିଶନ୍ ଏକ ଟିମ୍ ତିଆରି କରି କମଳା ମାର୍କେଟ ପୋଲିସ ଷ୍ଟେସନରେ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗ କରିଥିଲା।ଯେତେବେଳେ ଦିଲ୍ଲୀ ମହିଳା କମିଶନ୍ ଓ ଦିଲ୍ଲୀ ପୋଲିସର ଟିମ ଜିବି ରୋଡରେ ପହଁଞ୍ଚିଥିଲା, ସେତେବେଳେ ପୂଜାଙ୍କର ଝିଅ ସେଠାରେ ନଥିଲେ। ପୋଲିସର ଚାପ ପରେ ମହିମା ନାମକ ମହିଳା ଜଣକ ପୂଜାଙ୍କର ଝିଅକୁ ପୋଲିସ ଏବଂ ମହିଳା କମିଶନ ସାମନାକୁ ଆଣିଥିଲେ। ଏହାପରେ ପୂଜା ଏବଂ ତାଙ୍କ ଝିଅଙ୍କୁ କମଳା ମାର୍କେଟ ଥାନା ଆଣାଯାଇଥିଲା। ସେଠାରେ ଦୁହିଁଙ୍କ ବୟାନ ଅନୁସାରେ ପୋଲିସ ଆଇପିସିର ଧାରା ୧୭୦, ୩୭୦,୩୭୬,୯୦୧ ଏବଂ ୩୪ ଅନୁସାରେ ଏଫଆଇଆର ରୁଜୁ କରିଥିଲେ। ଏହି ମାମଲାରେ କୋଠା ମାଲିକାଣିକୁ ଗିରଫ କରିଦିଯାଇଛି ଏବଂ ଅନ୍ୟ ପିଲାମାନଙ୍କୁ ବାଳ କଲ୍ୟାଣ ସମିତି ନିକଟରେ ପହଁଞ୍ଚାଯାଇଥିଲା ଓ ଏବେ ସେମାନଙ୍କୁ ଆଶ୍ରୟ ଗୃହ ପଠାଯାଇଛି।