33.1 C
Bhubaneswar
Sunday, April 28, 2024
Homeଅପରାଧଗର୍ଭବତୀ ମହିଳାଙ୍କ ହାତ ଓ ଗୋଡ଼ ବାନ୍ଧି ଅତି ନିର୍ଦ୍ଦୟ ଭାବେ ପିଟି ପିଟି ଜୀବନ...

ଗର୍ଭବତୀ ମହିଳାଙ୍କ ହାତ ଓ ଗୋଡ଼ ବାନ୍ଧି ଅତି ନିର୍ଦ୍ଦୟ ଭାବେ ପିଟି ପିଟି ଜୀବନ ନେଇଗଲେ ଦୁର୍ବୃତ୍ତ

ଢ଼େଙ୍କାନାଳ : ଗର୍ଭବତୀ ମହିଳାଙ୍କୁ ବିଭତ୍ସ ହତ୍ୟା । ହାତ ଓ ଗୋଡ଼ ବାନ୍ଧି ଅତି ନିର୍ଦ୍ଦୟ ଭାବେ ପିଟି ଜୀବନ ନେଇଗଲେ ଦୁର୍ବୃତ୍ତ । ବୋଧହୁଏ ଯନ୍ତ୍ରଣା ସହିନପାରି ଅଧା ପ୍ରସବ କରି ଜୀବନ ହାରିଲେ ମହିଳା । ଏଭଳି ଘଟଣା ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଘଟିଛି । ଆଜି ଅଧା ପ୍ରସବ ଅବସ୍ଥାରେ ହାତ ଓ ଗୋଡ଼ ବନ୍ଧା ମହିଳାଙ୍କ ମୃତଦେହ ଢେଙ୍କାନାଳ ଜିଲ୍ଲାରେ ଏକ ବ୍ରିଜ୍ ତଳୁ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ପରଜଙ୍ଗ ଥାନା ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ଭେଜିଆ ନିକଟରେ ରହିଛି ରଗରାଗିଆ ପୋଲ । ଏହି ବ୍ରିଜ୍ ତଳେ ଅନାବନା ଗଛ ଉଠିଛି । ସାଧାରଣତଃ ଏଠାକୁ କେହି ଯିବା ଆସିବା କରନ୍ତି ନାହିଁ । କିନ୍ତୁ ଆଜି କେତେକ ଲୋକ ଛତୁ ତୋଳିବାକୁ ଯାଇଥିଲେ । ଏହି ସମୟରେ ହାତ ଓ ଗୋଡ଼ ବନ୍ଧା ଜଣେ ମହିଳାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ପରେ ସେମାନେ ଏନେଇ ପୋଲିସକୁ ଖବର ଦେଇଥିଲେ । ଗର୍ଭବତୀଙ୍କ ପେଟକୁ ଗୋଇଠା ମରାଯାଇଥିବା ଜଣାଫଡ଼ିଛି । ଯେଉଁଥିପାଇଁ ମହିଳାଙ୍କ ଗର୍ଭରେ ଥିବା ପିଲା ଅଧା ପ୍ରସବ ଅବସ୍ଥାରେ ରହିଛି । ଆଉ ମହିଳାଙ୍କ ପ୍ରାଣବାୟୁ ଉଡିଯାଇଛି । ମହାବିରୋଡ୍ ଥାନା ପୋଲିସ , ପରଜଙ୍ଗ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମାତ୍ର ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରି ନାହିଁ । ମହିଳାଙ୍କ ମୁହଁରୁ ଠିକ୍ ଭାବେ ଚିହ୍ନି ହେଉ ନାହିଁ । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଅନ୍ୟ କେଉଁଠି ହତ୍ୟା କରାଯାଇ ସେଠାରେ ମୃତଦେହ ରଖାଯାଇଥିବା ଅନୁମାନ କରାଯାଉଛି । ଏପରିକି ମୃତ ମହିଳାଙ୍କ ଗର୍ଭରୁ ଅଧା ପ୍ରସବ ଅବସ୍ଥାରେ ପିଲାଟିଏ ବାହାରିଥିବା ଦେଖିବାକୁ ମିଳିଛି । ଏଥିରୁ ଅନୁମାନ କରାଯାଉଛି ମୃତ ମହିଳା ଜଣକ ଗର୍ଭବତୀ ଥିଲେ । ଆଉ ତାଙ୍କ ହାତ ଓ ଗୋଡ଼ ବାନ୍ଧି ପିଟି ପିଟି ହତ୍ୟା କରାଯାଇଥାଇ ପାରେ । ମାଡ଼ ଯୋଗୁ ଗର୍ଭବତୀ ଗର୍ଭରୁ ପିଲାଟି ଅଧା ପ୍ରସବ ଅବସ୍ଥାରେ ବାହାରିଛି । ବର୍ତ୍ତମାନ ସୁଦ୍ଧା ତାଙ୍କର ପରିଚୟ ଜଣାପଡ଼ି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking