27.1 C
Bhubaneswar
Friday, March 29, 2024
Homeଅପରାଧବନ୍ଧା ହେଲେ ଫେସବୁକ୍ କୁଇନ୍‌

ବନ୍ଧା ହେଲେ ଫେସବୁକ୍ କୁଇନ୍‌

ଭୁବନେଶ୍ୱର : ବନ୍ଧା ହେଲେ ଫେସବୁକ୍ କୁଇନ୍ । ଫେସବୁକ୍‌ରେ ଫେକ୍ ଆକାଉଣ୍ଟ ଖୋଲି ଯୁବକଙ୍କୁ ଚୂନା ଲଗାଉଥିଲେ । ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ କିଛି ଦିନ ଯୁବକଙ୍କ ସହ ଚାଟିଂ କରୁଥିଲେ । ପରେ ବିବାହ ପ୍ରତିଶ୍ରୁତି ଦେଇ ଲୁଟୁଥିଲେ ହଜାର ହଜାର ଟଙ୍କା । ୧୫ରୁ ଅଧିକ ଯୁବକଙ୍କୁ ଫସାଇଥିବା ଯୁବତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡାଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ପ୍ରିୟଙ୍କାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟ ନାଚୁଣୀ ଗାଁ’ର ବୋଲି ଜଣାପଡିଛି । ନିଜକୁ ଡାକ୍ତର, ଇଞ୍ଜିନିୟର କହି ଯୁବକଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ଟଙ୍କା ନେଲା ପରେ ଆକାଉଣ୍ଟ ବନ୍ଦ କରିଦେଉଥିଲେ ପ୍ରିୟଙ୍କା । କେହି ଭିଡିଓ କଲ୍ କଲେ ଘରେ ଥିବା ବାହାନା କରି ଫୋନ ଉଠାଉନଥିଲେ । ମାଷ୍ଟରମାଇଣ୍ଡ ପ୍ରିୟଙ୍କାଙ୍କ ଗିରଫ ପରେ ତାଙ୍କ ନିକଟରୁ ନଗଦ ୬୦ ହଜାର ଟଙ୍କା ସହ ମୋବାଇଲ, ଏଟିଏମ୍ କାର୍ଡ, ବ୍ୟାଙ୍କ ପାସ୍ ଓ ଚେକ୍ ବୁକ୍ ଜବତ ହୋଇଛି । ତେବେ ପ୍ରିୟଙ୍କାଙ୍କ ଜାଲରେ ପଡ଼ିଥିବା ୟୁନିଟ୍‌-୧ ଅଞ୍ଚଳର ଶକ୍ତି ସୌରଭ ମହାପାତ୍ର ସହିଦନଗର ଥାନାରେ ଏଭଳି ଅଭିଯୋଗ କରିବା ପରେ ଏହି ରାକେଟ୍‌ର ଠକାମିର ଗୁମର ଖୋଲିଛି । କିଛି ମାସ ତଳେ ଫେସ୍‌ବୁକ୍‌ରେ ସୌରଭଙ୍କ ସହ ପ୍ରିୟକାଙ୍କ ସମ୍ପର୍କ ଗଢ଼ି ଉଠିଥିଲା । ସେ ଜଣେ ସୁନ୍ଦର ଯୁବତୀଙ୍କ ଫଟୋଦେଇ ନିଜକୁ ଡାକ୍ତର ବୋଲି ପରିଚୟ ଦେଇଥିଲେ ଏବଂ ସୌରଭଙ୍କୁ ସହ ପରିଚିତ ହୋଇଥିଲେ । ସମୟକ୍ରମେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା । ଆଉ ଏହାର ସୁଯୋଗ ନେଇ ଗତ ଜୁଲାଇ ମାସରେ ସେ ସମସ୍ୟାରେ ଥିବା ଦର୍ଶାଇ ସୌରଭଙ୍କ ଠାରୁ ଗୁଗଲ୍ ପେ’ ଏବଂ ଫୋନ୍ ପେ’ ଜରିଆରେ ସାଢ଼େ ୬ଲକ୍ଷ ଟଙ୍କା ନେଇଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଟଙ୍କା ଫେରାଇ ନଥିଲେ । ଏ ନେଇ ସୌରଭ ସହିଦନଗର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା । ପୋଲିସ ପ୍ରିୟଙ୍କାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking