32.1 C
Bhubaneswar
Wednesday, July 16, 2025
Homeଦେଶ ବିଦେଶମନକୁ ଛୁଇଁ ଯିବ ଏହି ଭିଡିଓ, ଆଇଏଏସ ଅଫିସର କଲେ ସେୟାର

ମନକୁ ଛୁଇଁ ଯିବ ଏହି ଭିଡିଓ, ଆଇଏଏସ ଅଫିସର କଲେ ସେୟାର

ନୂଆଦିଲ୍ଲୀ : ଜୀବନରେ କେବେ ବି ହାର ମାନିବା କଥା ନୁହେଁ । ଟ୍ୱିଟର ରେ ଏକ ଭିଡିଓ ପୋଷ୍ଟ କରି ମହିଳା ଆଇପିଏସ ଅଫିସର ଏହି ସନ୍ଦେଶ ଦେବାକୁ ଚେଷ୍ଟା କରିଛନ୍ତି ।ମନକୁ ଛୁଇଁଯିବା ଭଳି ଭିଡିଓ ସୋସିଆଲ ମିଡିଆରେ ଢେର ପ୍ରଶଂସା ସାଉଁଟୁଛି ।ଭିଡିଓ ରେ ଜଣେ ବ୍ୟକ୍ତି ଫୁଟପାଥ ରେ ପାଓ ଭାଜି ବିକ୍ରି କରୁଥିବାର ନଜର ଆସୁଛନ୍ତି । ସେହି ବ୍ୟକ୍ତି ଙ୍କର ଗୋଟିଏ ହାତ ମଧ୍ୟ ନାହିଁ ।କିନ୍ତୁ ସେ ଏହାକୁ ନିଜର କମଜୋରୀନବୋଲି କେବେ ବି ଭାବି ନାହାନ୍ତି । ଗୋଟିଏ ହାତରେ ସେ ପାଓଭାଜୀ ବିକ୍ରି କରି ଷ୍ଟଲ ଚଲାଉଛନ୍ତି । ସେହି ବ୍ୟକ୍ତି ଙ୍କର ମନୋବଳ ଓ ସାହାସ ୟୁଜର୍ସଙ୍କ ମନ କୁ ଛୁଇଁ ଯାଇଛି । ସୋଶିଆଲ ମିଡିଆରେ ତାଙ୍କର ଏହି କାର୍ଯ୍ୟକୁ ବେଶ ପ୍ରଶଂସା କରାଯାଉଛି । ଏହି ଭିଡିଓ କୁ ଆଇଏଏସ ସୋନଲ ଗୋଏଲ ଶେୟାର କରିଛନ୍ତି । ଭିଡିଓ ରେ ଦେଖାଯାଇଛି କି ମିତେଶ ଗୁପ୍ତା ଗୋଟିଏ ହାତରେ ଟମାଟୋ, କ୍ୟାପସିକମ, ପିଆଜ କାଟୁଛନ୍ତି । ପାଓଭାଜୀ ପ୍ରସ୍ତୁତ କରୁଛନ୍ତି । ତେବେ ଏହି ଭିଡିଓ କୁ ଏଯାବତ ୩୭ ହଜାର ରୁ ଅଧିକ ଲୋକ ଦେଖି ସାରିଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking