33.1 C
Bhubaneswar
Sunday, June 26, 2022
Homeଅପରାଧ୭୦ ହଜାରରେ ବିକ୍ରି ପରେ ଯୁବତୀଙ୍କୁ ଦୁଷ୍କର୍ମ

୭୦ ହଜାରରେ ବିକ୍ରି ପରେ ଯୁବତୀଙ୍କୁ ଦୁଷ୍କର୍ମ

ନବରଙ୍ଗପୁର : ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଅପହରଣ! ଏହାପରେ ୭୦ ହଜାର ଟଙ୍କାରେ ବିକ୍ରି ସହିତ ଦୁଷ୍କର୍ମ କରାଯାଇଛି। ! ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ର ଜଣେ ଯୁବତୀ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।ନବରଙ୍ଗପୁର : ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଅପହରଣ! ଏହାପରେ ୭୦ ହଜାର ଟଙ୍କାରେ ବିକ୍ରି ସହିତ ଦୁଷ୍କର୍ମ କରାଯାଇଛି। ! ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ର ଜଣେ ଯୁବତୀ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।

ଯୁବତୀଙ୍କ କହିବା ହେଲା, କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ଅଞ୍ଚଳର ଅମିତ ତାଣ୍ଡି ପ୍ରେମ ଜାଲରେ ଫସାଇ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ମାର୍ଚ୍ଚ ୩୦ ତାରିଖରେ ଧର୍ମଗଡ଼ ନେଇ ଯାଇଥିଲେ। ସେଠାରୁ ପୁଣି ଖରିଆର ରୋଡ୍‌ ନେଇ ଗୋଟିଏ ଲଜ୍‌ରେ ତିନି ଦିନ ରଖିଥିଲେ। ସେଠାରୁ ଲଳିତ ନାମକ ଜଣେ ଯୁବକଙ୍କ ସହ ମିଶି ଅମିତ ରାୟପୁର ନେଇ ଗୋଟିଏ ଲଜ୍‌ରେ ରଖିଥିଲେ। ଏହି ସମୟରେ ପରିବାରକୁ ଅମିତ ଫୋନ୍‌ କରି ଝିଅ ସହ ବିବାହ କରିଥିବା ସୂଚନା ଦେଇଥିଲା। ଏହା ଜାଣିବା ପରେ ପରିବାର ଲୋକ ପାପଡ଼ାହାଣ୍ଡି ଥାନାରେ ଝିଅ ନିଖୋଜ ନେଇ ଏତଲା ଦେଇଥିଲେ। ତେବେ ରାୟପୁରରେ ବି ବେଶୀ ଦିନ ରଖି ନଥିଲେ ଅମିତ। ଟ୍ରେନ୍‌ରେ ନାଗପୁର ନେଇ ସେଠାରୁ ଗୁଜୁରାଟ ଯାଇଥିଲେ। ସେଠାରେ ୭୦ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି। ଏଥିସହିତ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ପରିବାରଲୋକେ ଏ ସମ୍ପର୍କରେ ଜାଣିବା ପରେ ତାଙ୍କୁ ଉଦ୍ଧାର କରିଥିଲେ। ଆଜି ସେ ପରିବାର ସହ ଥାନାରେ ଅଭିଯୋଗ ପାଇଁ ଆସିଥିଲେ। ମାତ୍ର, ତେବେ, ପୁଲିସ୍‌ ଅଭିଯୋଗ ଗ୍ରହଣ କରୁନଥିବ‌ା କହିଛନ୍ତି।

ଏ ନେଇ ପାପଡାହାଣ୍ଡି ଥାନା ଅଧିକାରୀ ମୀରା ନାୟକଙ୍କ କହିବା ହେଲା, ଯୁବତୀ ଉଦ୍ଧାର ପରେ ସାବାଳିକା ବୋଲି ଜଣାପଡ଼ିଥିଲା। ଯୁବତୀ କିମ୍ବା ତାଙ୍କ ପରିବାର ମାମଲା ରୁଜୁ କରିବାକୁ ମନା କରିଥିଲେ। ତଥାପି ଅନ୍ୟ ଗୋଟିଏ ମାମଲାରେ ଗୋଲମୁଣ୍ଡା ପୁଲିସ ଦ୍ବାରା ଗିରଫ ହୋଇଥିବା ଅମିତ ତାଣ୍ଡିକୁ ପାପଡ଼ାହାଣ୍ଡି ପଚରାଉଚୁରା କରାଯାଇଥିଲା। ଏ ପର୍ଯ୍ୟନ୍ତ ଯୁବତୀ ଏତଲା ଦେଇନଥିବା ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking