32.1 C
Bhubaneswar
Tuesday, April 28, 2026
Homeଓଡିଶାବିଦ୍ୟୁତ ଆଘାତରେ ମହିଳା ମୃତ

ବିଦ୍ୟୁତ ଆଘାତରେ ମହିଳା ମୃତ

ସୋର: ଫୁଲ ତୋଳିବାକୁ ଯାଇ ବିଦ୍ୟୁତ୍ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନରେ ଗତକାଲି ଜଣେ ନାବାଳକ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ବେଳେ ଆଜି ସକାଳେ ଜଣେ ମହିଳା ଫୁଲ ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ବିଦ୍ୟୁତ ବିଭାଗ ନାମରେ ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଖନ୍ତାପଡ଼ା ଥାନା ବାହାନଗା ପଞ୍ଚାୟତ ଦରଡ଼ିହା ଗ୍ରାମର ଅନ୍ନପୂର୍ଣ୍ଣା ବାରିକ ସକାଳେ ଫୁଲ ତୋଳିବାକୁ ଯାଇଥିଲେ। ମାତ୍ର ସେଠାରେ ବିଦ୍ୟୁତ ବିଭାଗର ପକ୍ଷରୁ ଏକ ତାରକୁ କାଟି ଗଛରେ ଗୁଡ଼ାଇ ଦିଆଯାଇଥିଲା। ଫଳରେ ଫୁଲ ତୋଳିବା ସମୟରେ ଅନ୍ନପୂର୍ଣ୍ଣା ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟୁତ ବିଭାଗର ଅବହେଳା ପାଇଁ ଅନ୍ନପୂର୍ଣ୍ଣା ଜୀବନ ଯାଇଥିବା ନେଇ ତାଙ୍କ ପୁଅ ରତିକାନ୍ତ ବାରିକ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking