30.1 C
Bhubaneswar
Saturday, May 18, 2024
Homeଓଡିଶାକୋଭିଡ୍ ଟିକା ନେଇ ମହିଳାଙ୍କ ମୃତ୍ୟୁ ଅଭିଯୋଗ : କ୍ଷତିପୂରଣ ଦାବିରେ ରାସ୍ତାରୋକ୍‌

କୋଭିଡ୍ ଟିକା ନେଇ ମହିଳାଙ୍କ ମୃତ୍ୟୁ ଅଭିଯୋଗ : କ୍ଷତିପୂରଣ ଦାବିରେ ରାସ୍ତାରୋକ୍‌

ଜଟଣୀ : ଜଟଣୀ ବ୍ଲକ୍ ଅନ୍ତର୍ଗତ ଅରଗୁଳୁ ଅଞ୍ଚଳ ଦଳିତ ସାହିର ଜଣେ ମହିଳା କୋଭିଡ୍ ଟିକା ନେବା ପରେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ କରିବାକୁ ସ୍ୱାସ୍ଥ୍ୟକର୍ମୀ ବାରଣ କରିଥିଲେ । ଏନେଇ ଗ୍ରାମବସୀ ଶବ ବ୍ୟବଚ୍ଛେଦ ଏବଂ କ୍ଷତିପୂରଣ ଦାବିରେ ଜଟଣୀ-ତିରିମଲ ମୁଖ୍ୟ ରାସ୍ତାର ଅରଗୁଳୁ ରାସ୍ତାକୁ ଅବରୋଧ କରିଥିଲେ । ଜଟଣୀ ପୁଲିସର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା । ସୂଚନାନୁସାରେ, ଜଟଣୀ ବ୍ଲକ୍ ଅନ୍ତର୍ଗତ ଅରଗୁଳୁ ଗ୍ରାମ ଦଳିତସାହିର ଆରତ ନାଏକଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ନାଏକ (୨୪) ଗତ ୭ ତାରିଖରେ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଦିଆଯାଉଥିବା କୋଭିଡ୍ ଟିକା ନେଇଥିଲେ । ଟିକାନେବା ପରେ ସେହିଦିନ ସନ୍ଧ୍ୟାରେ ଜ୍ୟୋସ୍ନାଙ୍କୁ ଜ୍ୱର ହେବା ସହିତ ଭିଷଣ ମୁଣ୍ଡବ୍ୟଥା ହୋଇଥିଲା ।

ନିକଟସ୍ଥ ଔଷଧ ଦୋକାନରୁ ଔଷଧ ଆଣି ଆସୁ ଚିକିତ୍ସା କରିଥିଲେ । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାପରେ ଖୋର୍ଦ୍ଧାଜିଲ୍ଲା ହସ୍ପିଟାଲକୁ ନେଇଥିଲେ । ସେଠାରେ ମଧ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ଏମ୍‌ସ ପଠାଇଥିଲେ । ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ପୂର୍ବାହ୍ନରେ ମୃତ୍ୟୁ ହୋଇଥିଲା । ପୂର୍ବରୁ କୌଣସି ରୋଗାଗ୍ରସ୍ତ ନଥିବା ବେଳେ କୋଭିଡ୍ ଟିକାନେଇ ମୃତ୍ୟୁବରଣ କରିଥିବା ପରିବାର ଲୋକେ କହିଥିଲେ ।

ଏ ନେଇ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କୁ କହିଥିଲେ ମଧ୍ୟ କେହି ଶୁଣିନଥିଲେ । କେଉଁ କାରଣରୁ ଶବ ବ୍ୟବଚ୍ଛେଦ କରାଗଲା ନାହିଁ ଏବଂ ମୃତ ପରିବାରକୁ କ୍ଷତିପୂରଣ ଦାବିରେ ଜଟଣୀ-ତିରିମଲ ମୁଖ୍ୟ ଅରଗୁଳୁ ରାସ୍ତାକୁ ଗ୍ରାମବାସୀ ଶବରଖି ଅବରୋଧ କରିଥିଲେ । ଖବର ପାଇ ଜଟଣୀ ପୁଲିସ ପହଞ୍ôଚ ଅବରୋଧକାରୀଙ୍କୁ ବୁଝାସୁଝା କରିବା ସହିତ ଦାବିପୂରଣ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା । ଅନ୍ୟପଟେ ମୃତ ଜ୍ୟୋସ୍ନାଙ୍କ ୫ ବର୍ଷ, ୩ବର୍ଷ ଓ ୪ମାସର ୩ଟି କନ୍ୟା ସନ୍ତାନ ରହିଥିବା ଗ୍ରାମବାସୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking