20.1 C
Bhubaneswar
Monday, December 23, 2024
Homeଅପରାଧସୁନାହାର ଠକେଇ ଅଭିଯୋଗରେ ମହିଳା ଗିରଫ

ସୁନାହାର ଠକେଇ ଅଭିଯୋଗରେ ମହିଳା ଗିରଫ

ବ୍ରହ୍ମପୁର:ସୁନା ଦୋକାନରୁ ପଡୋଶୀ ମହିଳାଙ୍କ ସୁନା ହାର ଠକେଇ କରିଥିବା ଅଭିଯୋଗରେ ବଡ଼ ବଜାର ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳା ଜଣଙ୍କ ହେଲେ ରଘୁପତିନଗର ୩ୟ ଗଳିର ଅନିତା ବେହେରା ବୋଲି ପୁଲିସ କହିଛି । ଶନିବାର ପୁଲିସ ଅଭିଯୁକ୍ତ ଅନିତାକୁ କୋର୍ଟଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ ରଘୁପତିନଗର ୩ୟ ଗଳିରେ ଅର୍ଜୁନ କୁମାର ସାହୁ ଓ ତାଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ସାହୁ ରହୁଛନ୍ତି । ଅର୍ଜୁନଙ୍କ ପଡୋଶୀ ଘର ଅଭିଯୁକ୍ତ ଅନିତା ହୋଇଥିବା ବେଳେ ଉଭୟଙ୍କ ପାରିବାରିକ ସମ୍ପର୍କ ରହିଛି । ଜ୍ୟୋସ୍ନାରାଣୀ ପୁରୁଣା ସୁନା ବଦଳାଇ ଏକ ନୂଆ ହାର କରିବାକୁ ଚାହୁଁଥିବା କିଛି ଦିନ ପୂର୍ବେ ଅନିତାଙ୍କୁ ଜଣାଇଥିଲେ । ତାଙ୍କ ଏକ ସୁନା ଦୋକାନ ସହ ପରିଚିତ ରହିଥିବା ନେଇ ଅନିତା କହିଛନ୍ତି ।

ଏହା ସହ ସେଠାରେ ପୁରୁଣା ସୁନା ବଦଳାଇ ନୂଆ ସୁନା ହାର ଆଣିବା ପାଇଁ ସେ କହିଥିଲେ । ଫଳରେ ଜ୍ୟୋସ୍ନାରାଣୀ ଅନିତାଙ୍କ ସହ ବଡ଼ବଜାରରେ ଥିବା ରଘୁନାଥ ଦୁଆରୀଙ୍କ ସୁନା ଦୋକାନକୁ ଯାଇଥିଲେ । ସେଠାରେ ପୁରୁଣା ସୁନା ଦେବା ସହ ୨୩ ହଜାର ଟଙ୍କା ଦେଇଥିଲେ । ଏଥିରେ ଏକ ନୂଆ ସୁନାହାର ପ୍ରସ୍ତୁତି କରିବାକୁ ସୁନା ବ୍ୟବସାୟୀଙ୍କୁ ଜ୍ୟୋସ୍ନାରାଣୀ କହିଥିଲେ । ପରେ ଜ୍ୟୋସ୍ନାରାଣୀ ସଂପୃକ୍ତ ସୁନା ଦୋକାନକୁ ଆସି ତାଙ୍କ ନୂଆ ସୁନାହାର ମାଗିଥିଲେ । କିଛି ଦିନେ ପୂର୍ବେ ଅନିତା ଆସି ଉକ୍ତ ସୁନା ହାର ନେଇ ଯାଇଥିବା ଦୋକାନୀ ମାଲିକ କହିଲେ ।

ଯାହାଫଳରେ ଜ୍ୟୋସ୍ନାରାଣୀ ଘରକୁ ଫେରି ଆସି ଅନିତାଙ୍କୁ ସୁନା ମାଗିଥିଲେ । କିନ୍ତୁ ଅନିତା ହାର ଦେବା ବଦଳରେ ତାଙ୍କୁ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ସେ ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୁଲିସ ଆଜି ଅନିତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking