27.1 C
Bhubaneswar
Tuesday, July 8, 2025
Homeଅପରାଧଗୁଣିଆ ସନ୍ଦେହରେ ଆକ୍ରମଣରୁ ବର୍ତିଲେ ଦମ୍ପତି

ଗୁଣିଆ ସନ୍ଦେହରେ ଆକ୍ରମଣରୁ ବର୍ତିଲେ ଦମ୍ପତି

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ଆଦିବାସୀଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ପିଛା ଛାଡୁନାହିଁ । ଯାହାର କରୁଣ ପରିଣତି ହତ୍ୟାକାଣ୍ଡ ଭଳି ଘଟଣା ଅନେକବାର ଘଟିଛି । ଆଉ ବୁଧବାର ରାତିରେ ଏହିଭଳି ଏକ ଘଟଣା ଘଟିବାରୁ ବର୍ତିଯାଇଛନ୍ତି ଗୋଟିଏ ଆଦିବାସୀ ଦମ୍ପତି । ଏହି ଦମ୍ପତି ହେଉଛନ୍ତି ମହେଶ୍ୱର ହୁଇକା ଓ ତାଙ୍କ ପତ୍ନୀ ରାତ୍ନାଲୁ ହୁଇକା । ସେମାନଙ୍କ ଘର ଚାନ୍ଦିଲି ଥାନା ଅନ୍ତର୍ଗତ ମାଲିଗାଁ ଗ୍ରାମରେ ।
ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟ ଖରାପ ଯୋଗୁଁ ମହେଶ୍ୱର ଗତ କିଛିଦନ ହେବ ବୁର୍ଲାରେ ଚିକିତ୍ସିତ ହେଉଥିଲେ । ହେଲେ ମହେଶ୍ୱର ଗାଁରେ ଗୁଣିକରି ବୁର୍ଲା ଚାଲିଯାଇଥିବା ଗ୍ରାମର ଅନ୍ୟ ଲୋକେ ଅଭିଯୋଗ କରୁଥିଲେ । ଏଭଳିକି ଜଣକୁ ଜ୍ୱର ନଛାଡିବାରୁ ଏହି ସନ୍ଦେହ ବଢିଥିଲା । ଏହାକୁ କେନ୍ଦ୍ରକରି ବୁଧବାର ଅପରାହ୍ଣରେ ପାଟିତୁଣ୍ଡ ହୋଇଥିଲା । ତେବେ ମହେଶ୍ୱର ଜଣେ ହୃଦରୋଗୀ ହୋଇଥିବାରୁ ସେ ଏହାକୁ ସମ୍ଭାଳି ପାରିନଥିଲେ । ଗାଁର ପ୍ରାୟ ୨୫ ଜଣ ଯୁବକ ତାଙ୍କ ଉପରେ ଆକ୍ରମଣ ଯୋଜନା କରିଥିଲେ । ଏନେଇ ବୈଠକ ମଧ୍ୟ ହୋଇଥିଲା । ଅପରାହ୍ଣରେ ଘରେ ପଶି ପାଟିତୁଣ୍ଡ କରିବା ସହିତ ତାଙ୍କ ଝିଅ ଓ ପତ୍ନୀକୁ ଅଶଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ତେବେ ବୁଧବାର ରାତିରେ ଆକ୍ରମଣ ଉଦ୍ୟମ ପୂର୍ବରୁ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ମହେଶ୍ୱର ଓ ତାଙ୍କ ପତ୍ନୀ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ତାଙ୍କ ସାନପୁଅ ସମ୍ବଲପୁରରେ ଚାକିରୀ କରୁଥିବା ବେଳେ ବଡପୁଅ ଭୟଭୀତ ଅବସ୍ଥାରେ ଲୁଚିଥିବା ଜଣାପଡିଛି । ହେଲେ ଭୟରେ ସେ ପୁଲିସରେ ବୁଧବାର ଅଭିଯୋଗ ମଧ୍ୟ କରିନାହାଁନ୍ତି । ପୂର୍ବରୁ କିନ୍ତୁ ଅଭିଯୋଗ କରିଥିଲେ । ତେବେ ଫଳପ୍ରଦ ହୋଇନଥିଲା । ଘଟଣା ସମ୍ପର୍କରେ ଏସଡିପିଓ ତପନ ନାରାୟଣ ରଥ କହିଛନ୍ତି ଯେ, ଆମକୁ କୌଣସି ଅଭିଯୋଗ ମିଳିନାହିଁ । ତଥାପି ସୂଚନା ପାଇବାପରେ ଏକ ପୁଲିସ ଟିମ ଗାଁକୁ ଯାଇ ଅନୁସନ୍ଧାନ କରିଛନ୍ତି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଗ୍ରାମବାସୀଙ୍କୁ ସଚେତନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking