25.1 C
Bhubaneswar
Saturday, February 7, 2026
Homeଓଡିଶା୩ ଦିନ ପରେ ଓଡିଶା ଫେରିବ ଶୀତ

୩ ଦିନ ପରେ ଓଡିଶା ଫେରିବ ଶୀତ

ଭୁବନେଶ୍ୱର: ବାତ୍ୟା ଡିଟୱାର ସିଧାସଳଖ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ। ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାର ମାଲକାନଗିରି ଏବଂ କୋରାପୁଟର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ସହିତ ପାଗ ଶୁଖିଲା ରହିବ। ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ସୁନ୍ଦରଗଡ଼, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି। ରାଜ୍ୟରେ ଶୀତର ପ୍ରଭାବ ବର୍ତ୍ତମାନ କମ୍ ଥିବାବେଳେ, ଆଗାମୀ ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ୩ ଦିନ ପରେ ଓଡିଶା ଫେରିବ ଶୀତ। ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ ଏବଂ ଥଣ୍ଡା ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking