32.5 C
Bhubaneswar
Friday, April 17, 2026
Homeଦେଶ ବିଦେଶଏନକାଉଣ୍ଟରରେ ୪ ନକ୍ସଲ ନିପାତ

ଏନକାଉଣ୍ଟରରେ ୪ ନକ୍ସଲ ନିପାତ

ରାଞ୍ଚି: ସୁନ୍ଦରଗଡ଼ ଜିଲ୍ଳା ସୀମାନ୍ତ ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାର ପିପରୱାର-କେରେଡାରୀ ଅଞ୍ଚଳସ୍ଥିତ ଖପିଆ ଜଙ୍ଗଲରେ ଶୁକ୍ରବାର ସୁରକ୍ଷା ବାହିନୀ ଏବଂ ଟିଏସ୍‌ପିସି (TSPC) ଉଗ୍ରବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୁରକ୍ଷା ବାହିନୀର ଯବାନମାନେ ଉଗ୍ରବାଦୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନରେ ଉଗ୍ରବାଦୀ ସଂଗଠନର ୪ଜଣ ସଦସ୍ୟ ନିପାତ ହୋଇଛନ୍ତି। ନିପାତ ହୋଇଥିବା ଉଗ୍ରବାଦୀଙ୍କ ମଧ୍ୟରେ ସଂଗଠନର ଜୋନାଲ୍‌ କମାଣ୍ଡର ଏବଂ ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଶାହଦେବ ମଧ୍ୟ ସାମିଲ ଅଛି, ଯାହାକୁ ସୁରକ୍ଷା ବାହିନୀର ଯବାନମାନେ ଦୀର୍ଘଦିନରୁ ଖୋଜୁଥିଲେ। ପୁଲିସକୁ ସୂଚନା ମିଳିଥିଲା ଯେ, ଟିଏସ୍‌ପିସିର ଉଗ୍ରବାଦୀମାନେ ଏକ ବଡ଼ଧରଣର ଷଡ଼ଯନ୍ତ୍ର କରୁଛନ୍ତି। ଏଥି ପାଇଁ ସେମାନେ ଖପିଆ କୋଟି ଝରଣା ଅଞ୍ଚଳରେ ଏକତ୍ର ହୋଇଥିଲେ। ଏହି ସୂଚନା ଆଧାରରେ କୋବ୍ରା ବାଟାଲିଅନ ଏବଂ ଚତରା ଜିଲ୍ଲା ପୁଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking