ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପସ୍ଥିତ ଥିଲେ ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହା ସହ ଅନ୍ୟ ସରକାରୀ ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ବିଜୁ ବାବୁଙ୍କ ବୀରତ୍ୱର ଗାଥା ସମସ୍ତେ ବଖାଣିଛନ୍ତି । ବିଜୁ ପଟ୍ଟନାୟକଙ୍କ ସାହାସ ଓ ଓଡିଶା ଲୋକମାନଙ୍କ ପ୍ରତି ତାଙ୍କର ଅବଦାନ ବିଷୟରେ ବଖାଣିଛନ୍ତି । କେବଳ ଓଡିଶା କିମ୍ବା ଭାରତରେ ନୁହେଁ ବରଂ ଅନ୍ୟ ଦେଶମାନଙ୍କରେ ମଧ୍ୟ ବିଜୁ ବାବୁଙ୍କୁ ସମ୍ମାନ ଦିଆଯାଉଛି । ଆଜି ସମସ୍ତେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଛନ୍ତି । ସବୁଠୁ ବଡ କଥା ହେଉଛି, ସ୍ୱାଧୀନତା ସଂଗ୍ରାମ ଓ ଆଧୁନିକ ଓଡିଶା ଗଠନର ମୁଖ୍ୟ ପୁରୋଧାଙ୍କୁ ମନେ ପକାଉଛି ଆସି ସାରା ଭାରତବର୍ଷ । ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ଆଜି ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।










