ଭୁବନେଶ୍ୱର: ଦୁଇ ଦିନର ବ୍ୟବଧାନ ପରେ ପୁଣି ଜି.ଉଦୟଗିରିକୁ ଫେରିଛି ଶୀତ। ସୋମବାର ଜି. ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୧୧. ୩ ଡିଗ୍ରୀ ସେଲସିୟସ ରହିଛି। ଯାହାକି ରାଜ୍ୟର ସବୁଠାରୁ କମ୍ ତାପମାତ୍ରା। ସୋମବାର ଘନ କୁହୁଡ଼ି ଯୋଗୁ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି। ଏଣେ ଶୀତର ମଜା ନେବାକୁ ଆସିଥିବା ବାହାରର ପର୍ଯ୍ୟଟକମାନେ ଶୀତ କମିଯିବା ଯୋଗୁ ମନ ଦୁଃଖରେ ଥିଲେ। ସୋମବାର ଶୀତ ସାଙ୍ଗକୁ ଘନ କୁହୁଡ଼ି ସେମାନଙ୍କୁ ଅଧିକ ମଜା ଦେଇଛି। ଜି. ଉଦୟଗିରି ଓ ଆଖପାଖ ଅଞ୍ଚଳର ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଛି।










