କୋଣାର୍କ: ଘନକୁହୁଡ଼ି ବଳୟରେ ହଜିଗଲା କୋଣାର୍କ ସୂର୍ଯ୍ୟ ମନ୍ଦିର।ଏମିତି କୁହୁଡ଼ି ଆଚ୍ଛାଦିତ କରି ରଖିଛି ଯେ କୋଣାର୍କ ସୂର୍ଯ୍ୟ ମନ୍ଦିର ଯେପରି ସମୁଦ୍ର କି ନଦୀର ଭ୍ରମ ସୃଷ୍ଟି କରିଛି। ଆଜି ସକାଳୁ ସକାଳୁ ସ୍ୱଳ୍ପ ସଂଖ୍ୟକ ପର୍ଯ୍ୟଟକ ଆସି କୁହୁଡ଼ିର ମଜା ନେଉଥିବା ଦେଖିବାକୁ ମିଳିଥିଲା। ଘନ କୁହୁଡ଼ି ବଳୟ ମଧ୍ୟରେ ପର୍ଯ୍ୟଟକ ମାନେ ସେଲ୍ଫି ନେଇ ମଜା ନେଉଛନ୍ତି। ଅନ୍ୟ ପକ୍ଷରେ ରାସ୍ତାଘାଟ ସବୁ ଆଡେ ଘନ କୁହୁଡ଼ି ଆଚ୍ଛାଦିତ କରି ରଖିଛି।ଏମିତିକି ଗାଡ଼ିମଟର ଚଳାଚଳ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି। ଅତି ନିକଟରୁ ମୁହଁକୁ ମୁହଁ ଦେଖା ଯାଉନଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫଗ ଲାଇଟ୍ ଲଗାଇବା ପାଇଁ ଦାବି ହେଉଛି।










