ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ରେଜଲ୍ଟ। ସୋମବାର ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ। ଗତ ମେ ୪ରୁ ୧୦ ପର୍ଯ୍ୟନ୍ତ ହୋଇଥିଲା OJEE ପରୀକ୍ଷା। ମୋଟ ୯୨ ହଜାର ୬୨୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ତେବେ ଚଳିତ ମାସ ତୃତୀୟ ସପ୍ତାହରୁ କାଉନସେଲିଂ ଆରମ୍ଭ ହେବ। ପରୀକ୍ଷାର୍ଥୀମାନେ ଅଫିସିଆଲ OJEE ପୋର୍ଟାଲରୁ ନିଜ ନିଜର ସ୍କୋରକାର୍ଡ ଯାଞ୍ଚ ଏବଂ ଡାଉନଲୋଡ କରିପାରିବେ। ଓଜେଇଇ ୨୦୨୬ ଏମବିଏରେ ତ୍ରିବିକ୍ରମ ପ୍ରଧାନ ଟପ୍ପର ହୋଇଛନ୍ତି । ସେହିପରି ଏମସିଏରେ ନରେନ ପାତ୍ର, ଏମ.ଫାର୍ମାରେ ଶ୍ୟାମସୁନ୍ଦର ବେହେରା ଟପ୍ପର ହୋଇଛନ୍ତି ।










