33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଏଣିକି ସାଢେ ୧୦ରୁ ଖୋଲିବ ମଦ ଦୋକାନ

ଏଣିକି ସାଢେ ୧୦ରୁ ଖୋଲିବ ମଦ ଦୋକାନ

ଭୁବନେଶ୍ୱର: ଏଣିକି ସାଢେ ୧୦ରୁ ରାତି ସାଢେ ୧୦ ଯାଏ ମଦ ଦୋକାନ ଖୋଲିବ । ବିଦେଶୀ, ବିୟର, ଦେଶୀ ମଦ ଦୋକାନ ସାଢେ ୧୦ରୁ ଖୋଲିବ ବୋଲି ସୂଚନା ମିଳିଛି । କେବଳ କଣ୍ଟେନମେଣ୍ଟ ଜୋନ ଛାଡି ଅନ୍ୟ ସବୁଠି ଖୋଲି ପାରିବ ମଦ ଦୋକାନ । ପୂର୍ବରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହୁଥିଲା । ହେଲେ ଏବେ ଏଥିରେ କୋହଳ କରାଯାଇଛି । ସବୁ କିଛି ଚଳଚଂଚଳ କରିବାକୁ ସରକାର ଚେଷ୍ଟା କରୁଛନ୍ତି ।

ତେବେ ଏଠାରେ ସୂଚନାଯୋଗ୍ୟ, ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୮୬୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୨୭୮ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୫୮୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨ କୁ ବୃଦ୍ଧି ପାଇଛି । ୯୬, ୩୬୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୦,୯୧୯ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୮୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୦୯୧୯ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୬୩୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking