ଭୁବନେଶ୍ୱର: ବାତ୍ୟା ମୋନ୍ଥା ଉପକୂଳ ମୁହାଁ ହେଉଥିବାରୁ ବଢୁଛି ପବନ । ମଛଲିପଟନମରେ ୯୩ କିମି ବେଗରେ ବହୁଛି ପବନ । କାକିନାଡାରେ ଘଣ୍ଟାପ୍ରତି ୮୨ କିମି ବେଗରେ ବହୁଛି ପବନ । ବିଶାଖାପାଟନମରେ ଘମ୍ଟାପ୍ରତି ୬୮ କିମି ବେଗରେ ବହୁଛି ପବନ । ରାଜମହେନ୍ଦ୍ରୀରେ ଘଣ୍ଟାପ୍ରତି ୬୫ କିମି ବେଗରେ ବହୁଛି ପବନ । ଚିନ୍ଥାପଲ୍ଲୀରେ ଘଣ୍ଟାପ୍ରତି ୫୫ କିମି ବେଗରେ ବହୁଛି ପବନ । ମାର୍ଟେରୁରେ ଘଣ୍ଟାପ୍ରତି ୬୨ କିମି ବେଗରେ ବହୁଛି ପବନ ।ସମୁଦ୍ର ଅଶାନ୍ତ ଥିବା ସହ ବଡ଼ ବଡ଼ ଜୁଆର କୂଳକୁ ଆସୁଥିବା ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିଛି । ବେଳାଭୂମିରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପଇଁନ୍ତରା ମାରୁଛି। ଗୋପାଳପୁର ବନ୍ଦରକୁ ତିନି ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଆଜି ରେଡ୍ ୱାର୍ନିଂ ଜାରି କରାଯାଇଛି । ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପ୍ରଶାସନ ପକ୍ଷରୁ ସଜାଗ ରହିଛି ।










