23.1 C
Bhubaneswar
Tuesday, March 19, 2024
HomeUncategorizedସ୍ୱାମୀ ହତ୍ୟାକାରୀ ସାଜିଲା ସ୍ତ୍ରୀ ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ସ୍ୱାମୀ ହତ୍ୟାକାରୀ ସାଜିଲା ସ୍ତ୍ରୀ ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ରାଜସ୍ଥାନ : ସ୍ୱାମୀର ହତ୍ୟାକାରୀ ସାଜିଲା ସ୍ତ୍ରୀ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ସତରେ କଣ କେଉଁ ସ୍ତ୍ରୀ ତା’ ନିଜ ହାତରେ ନିଜ ସ୍ୱାମୀକୁ ହତ୍ୟା କରିପାରେ ! ଏପରି ଏକ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି । ରାଜସ୍ଥାନ ର ସିକର ଜିଲ୍ଲାରୁ ମାତ୍ର ୩୦ କି.ମି ଦୂରରେ ଏପରି ଏକ ମର୍ମନ୍ତୁଦ ଘଟଣା ଦେଖିବାକୁ ମିଳିଛି । କାରଣ ଜାଣିଲେ ଚମକି ପଡ଼ିବେ । ଜୁନ ୧ ଓ ୨ ତାରିଖରେ ପତ୍ନୀ ଜାଣିଲେ ଯେ ତାଙ୍କ ସ୍ୱାମୀ ନିଜ ଶାଳୀକୁ ଧର୍ଷଣ କରିଛନ୍ତି । ଭଉଣୀର ଅଷ୍ଟମ ଶ୍ରେଣୀ ପରୀକ୍ଷା ଶେଷ ହେବାପରେ ବଡ଼ ଭଉଣୀ ତାଙ୍କୁ ନିଜ ଘରକୁ ବୁଲାଇବା ପାଇଁ ଆଣିଥିଲେ । କିନ୍ତୁ ଘଟଣାରେ ଦେଖାଦେଲା ପରିବର୍ତ୍ତନ । ହଠାତ୍ ସେ ସଂନ୍ଧ୍ୟାରେ ତାଙ୍କ ଭଉଣୀର କାନ୍ଦ ଶୁଣିଥିଲେ । ନିକଟକୁ ଯାଇ ଦେଖିବା ବେଳକୁ ଘଟଣାସ୍ଥଳରେ ତାଙ୍କ ସ୍ୱାମୀ ଓ ୧୫ ବର୍ଷୀୟ ଭଉଣୀ ଉପସ୍ଥିତ ଅଛନ୍ତି । ନିଜର କ୍ରୋଧକୁ ସମ୍ଭାଳି ନ ପାରି ସ୍ୱାମୀକୁ କୁରାଢୀରେ ହାଣି ପକାଇଥିଲେ । ଫଳରେ ଅଳ୍ପ କିଛି ସମୟ ପରେ ଘଟଣାସ୍ଥଳରେ ସ୍ୱାମୀର ମୃତ୍ୟୁ ଘଟିଥିଲା । ମହିଳା ଜଣକ ନିଜ ସ୍ୱାମୀର ମୃତ ଶରୀରକୁ ନିଜ ଘରର ପଛ ପଟେ ଏକ ଗାତ ଖୋଳି ପୋତି ଦେଇଥିଲେ । ପରେ ରକ୍ତଭିଜା ବିଛଣାକୁ ପୋଡ଼ି ଦେଇଥିଲେ । ନିଜ କ୍ରୋଧ ଶାନ୍ତ ହେବାର ଅଳ୍ପ କିଛି ଘଣ୍ଟା ପରେ ସେ ନିକଟସ୍ଥ ପୋଲିସ ଷ୍ଟେସନରେ ଘଟଣା ସମ୍ପର୍କରେ ଜଣାଇଥିଲେ । ବର୍ତ୍ତମାନ ନାବାଳିକା ଭଉଣୀର ବୟାନ ରେକର୍ଡ଼ କରାଯିବା ସହ ଡ଼ାକ୍ତରୀମାଇନା ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି । ରିପୋର୍ଟ ଆସିବା ପରେ ଉକ୍ତ କେସ୍ ଉପରେ ଅଧିକ ତଦନ୍ତ ଜାରି ରହିବ ବୋଲି ଜୟପୁର ଗ୍ରାମାଞ୍ଚଳ ଇନସପେକ୍ଟର ଜେନେରାଲ ଏସ. ସେଙ୍ଗାଥିର କହିଛନ୍ତି । ଏହା ଏକ ହତ୍ୟା କି ସୁପରିକଳ୍ପିତ ହତ୍ୟାକାଣ୍ଡ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking