ସ୍ୱାମୀଙ୍କ ଆୟ ଜାଣିବାର ଅଧିକାର ପତ୍ନୀଙ୍କର ଅଛି: ସିଆଇସି

ନୂଆଦିଲ୍ଲୀ: ସ୍ୱାମୀଙ୍କ ସଂପୂର୍ଣ୍ଣ ଆୟ କେତେ ତାହା ଜାଣିବାର ପୁରା ଅଧିକାର ପତ୍ନିଙ୍କର ରହିଛି । ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସମୟରେ ସେଣ୍ଟ୍ରାଲ ଇନଫରମେସନ କମିଶନ ଏହି ସୂଚନା ପ୍ରଦାନ କରିଛନ୍ତି । ଆୟ ବିଷୟରେ ସୂଚନା ମାଗୁଥିବା ଅଭିଯୋଗକାରୀଙ୍କୁ ସୂଚନା ପ୍ରତ୍ୟାଖ୍ୟାନ କରି ସିଆଇସି ଯୋଦ୍ଧପୁରର ଆୟକର ବିଭାଗକୁ ନିର୍ଦ୍ଦେଶ ତାରିଖ ଠାରୁ ୧୫ ଦିନ ମଧ୍ୟରେ ଏହି ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ମଧ୍ୟ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି ଯେ, ଏପରି ସୂଚନା ତୃତୀୟ ପକ୍ଷର ଅଟେ ଏବଂ ଆରଟିଆଇ ଅଧିନରେ ସୂଚନାର ପରିଭାଷାକୁ ଆସେ ନାହିଁ । ଯୋଦ୍ଧପୁରର ରହମତ ବାନୋଙ୍କ ଦ୍ୱାରା କରାଯାଇଥିବା ଏହି ଆବେଦନ ଉପରେ ଆଇଟି ବିଭାଗ କହିଛି ଯେ, ସ୍ୱାମୀଙ୍କ ଆୟ ବିଷୟରେ ଖୋଜୁଥିବା ତଥ୍ୟ ତୃତୀୟ ପକ୍ଷର ଅଟେ ।

LEAVE A REPLY

Please enter your comment!
Please enter your name here