29.1 C
Bhubaneswar
Saturday, July 27, 2024
Homeଓଡିଶାକାହିଁକି କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା କୁହାଯାଏ ...ଆସନ୍ତୁ ଜାଣିବା କଣ ରହିଛି ଏହାର ପୂରା...

କାହିଁକି କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା କୁହାଯାଏ …ଆସନ୍ତୁ ଜାଣିବା କଣ ରହିଛି ଏହାର ପୂରା ଘଟଣା…..

ଭୁବନେଶ୍ଵର: ଆସୁଛି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଆମାନଙ୍କର ଏକ ବଡ଼ ପର୍ବ । ଗାଁ ରୁ ସହର ସବୁଆଡେ ସେଦିନ ଡଙ୍ଗା ଭସାଇବାର ପରମ୍ପରା ରହିଛି । ଯେକୌଣସି ନଦୀ ଓ ଜଳାଶୟରେ ଲୋକେ ଡଙ୍ଗା ଭସାଇ ଐତିହ୍ୟର କଥାକୁ ମନେ ପକାଇଥାନ୍ତି । ହିନ୍ଦୁ ରୀତିନୀତି ଏବଂ ଇତିହାସ ଅନୁଯାୟୀ, ଏହି ଦିନ ସାଧବ ପୁଅମାନେ ବାଣିଜ୍ୟ କରିବାକୁ ବୋଇତରେ ଯାତ୍ରା କରିଥିଲେ । ଏହି ପରମ୍ପରାକୁ ମନେ ରଖିବା ନିମନ୍ତେ ପ୍ରତିବର୍ଷ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ ।

ନଦୀ ବା ପୁଷ୍କରିଣୀରେ ବୁଡ଼ ପକାଇ କଦଳୀ ବାସୁଙ୍ଗା ବା ସୋଲ ତିଆରି ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି । ଏହି ଅବସରରେ ଗାଇଥାନ୍ତି ‘ଆ – କା – ମା – ବୈ, ପାନ ଗୁଆ ଥୋଇ । ପାନ, ଗୁଆ ତୋର, ମାସକ ଧରମ ମୋର।’ ତେବେ ଏହି ଆ – କା – ମା – ବୈର ଅର୍ଥ ହେଉଛି – ଆ – ଆଷାଢ଼, କା – କାର୍ତ୍ତିକ, ମା – ମାଘ, ବୈ – ବୈଶାଖ । ଏହି ଚାରିମାସ ଓଡ଼ିଆଙ୍କ ପାଇଁ ସବୁଠୁ ଧର୍ମ ମାସ। ଏହି ଚାରିମାସରେ ବ୍ରତ କରି, ମାସ ଶେଷର ପୂର୍ଣ୍ଣମୀରେ ଦାନ ଆଦି କଲେ ପରମ ପୁଣ୍ୟ ମିଳେ ।

ପୌରାଣିକ କଥା ଅନୁସାରେ, ତ୍ରିପୁରାସୁର ନାମକ ଏକ ରାକ୍ଷସ ପ୍ରୟାଗରେ ବହୁତ ଦିନ ଧରି ତପସ୍ୟା କରିଥିଲା । ତା ତପସ୍ୟା ତେଜରେ ତିନି ଲୋକ ଜଳିବାକୁ ଲାଗିଲା । ଏହାପରେ ବ୍ରହ୍ମା ତା ସମ୍ମୁଖରେ ପ୍ରକଟ ହୋଇ ବରଦାନ ମାଗିବାକୁ କହିଥିଲେ। ତ୍ରିପୁରାସୁର ତାକୁ କୌଣସି ଦେବୀ, ଦେବତା, ସ୍ତ୍ରୀ, ପୁରୁଷ, ପଶୁ, ପକ୍ଷୀ କେହି ବି ଯେପରି ନ ମାରି ପାରିବେ ସେହି ବରଦାନ ମାଗିଥିଲା ।

ବ୍ରହ୍ମା ତାଙ୍କୁ ଏହି ବରଦାନ ଦେବା ପରେ ତ୍ରିପୁରାସୁର ସ୍ଵର୍ଗ, ନର୍କ, ପାତାଳ ସବୁ ଉପରେ ଅତ୍ୟାଚାର କରିବାକୁ ଲାଗିଲା । ତ୍ରିପୁରାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ଶେଷରେ ଦେବତାମାନେ ବ୍ରହ୍ମାଙ୍କ ପାଖକୁ ଯାଇ ତ୍ରିପୁରାସୁରର ଅନ୍ତ କରିବାର ଉପାୟ ପଚାରିଲେ । ବ୍ରହ୍ମା ଦେବତାଙ୍କୁ ଶିବଙ୍କ ପାଖକୁ ପଠାଇଲେ । ଏହାପରେ ସବୁ ଦେବତା ଭଗବାନ ଶିବଙ୍କ ପାଖକୁ ଯାଇ ତ୍ରିପୁରାସୁରର ବଧ କରିବାକୁ ପ୍ରାର୍ଥନା କଲେ । ଏହାପରେ ମହାଦେବ ତ୍ରିପୁରାସୁରର ବଧ କରିଥିଲେ । ସେଥିପାଇଁ ଅନେକ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking