23.1 C
Bhubaneswar
Tuesday, February 11, 2025
Homeଓଡିଶାଗୁଗୁଲ ମ୍ୟାପ୍‌ ରିଭ୍ୟୁ ଓ ରେଟିଂ ନାଁରେ ଠକେଇ: ଲୁଟିନେଲେ ୧୩ ଲକ୍ଷ

ଗୁଗୁଲ ମ୍ୟାପ୍‌ ରିଭ୍ୟୁ ଓ ରେଟିଂ ନାଁରେ ଠକେଇ: ଲୁଟିନେଲେ ୧୩ ଲକ୍ଷ

ଭୁବନେଶ୍ବର: ଅନ୍‌ଲାଇନ୍‌ରେ ପୁଣି ଜାଲ ବିଛାଇଛନ୍ତି ସାଇବର ଠକ। ଘରେ ବସି ସହଜ ରୋଜଗାର ଲୋଭ ଦେଖାଇ ଟଙ୍କା ଲୁଟି ଚାଲିଛନ୍ତି। ପୁଣି ଜଣେ ଯୁବକ ସାଇବର ଠକଙ୍କ ଜାଲରେ ପଡ଼ି ୧୩ ଲକ୍ଷ ଟଙ୍କା ହରାଇଛନ୍ତି। ଠକେଇର ଶିକାର ଯୁବକ ହେଲେ ଗ୍ୟାରେଜ ଛକ ଗଡ଼ମହାବୀର ବିହାର ଅଞ୍ଚଳରେ ରହୁଥିବା ସରୋଜ କୁମାର ଚୌଧୁରୀ। ଏ ନେଇ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପାର୍ଟ ଟାଇମ୍ ଚାକିରି କରି ଟଙ୍କା ରୋଜଗାର କରିବା ପାଇଁ ସରୋଜଙ୍କ ହ୍ବାଟ୍‌ସଆପ୍‌କୁ ଏକ ମେସେଜ୍ ଆସିଥିଲା। ଗୁଗୁଲ ମ୍ୟାପ୍ ରିଭ୍ୟୁ ଓ ରେଟିଂ କଲେ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ପ୍ରଥମେ ସେ ଏହି କାମ କଲା ପରେ ତାଙ୍କ ପାଖକୁ ୧୫୦ ଟଙ୍କା ଆସିଲା। ଏହା ପରେ ତାଙ୍କୁ ଏକ ଟେଲିଗ୍ରାମ ଗ୍ରୁପରେ ସଦସ୍ୟ ଭାବେ ଯୋଡ଼ା ଯାଇଥିଲା। ଏହାପରେ ତାଙ୍କୁ ଅଧିକ ଟଙ୍କା ବିନିଯୋଗ କଲେ ଅଧିକ ଅର୍ଥ ଫେରସ୍ତ ମିଳିବ ବୋଲି କୁହାଯାଇଥିଲା। ସରୋଜ ସେମାନଙ୍କ ଜାଲରେ ଫସିଲା ପରେ ୧୩ ଲକ୍ଷ ୨୬ ହଜାର ୬୭୩ ଟଙ୍କା ଅନ୍‌ଲାଇନ୍‌ରେ ଟ୍ରାନ୍ସଫର କରିଥିଲେ। କିନ୍ତୁ ତାଙ୍କୁ ଟଙ୍କାଟିଏ ମିଳି ନ ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking