28.1 C
Bhubaneswar
Sunday, December 29, 2024
HomeUncategorizedସରସ୍ୱତୀଙ୍କୁ ଜ୍ଞାନର ଦେବୀ କାହିଁକି କୁହାଯାଏ?

ସରସ୍ୱତୀଙ୍କୁ ଜ୍ଞାନର ଦେବୀ କାହିଁକି କୁହାଯାଏ?

ଭୁବନେଶ୍ୱର : ପୁରାଣ ଓ ଅନ୍ୟ ଗ୍ରନ୍ଥ ମାନଙ୍କରେ ମା’ସରସ୍ୱତୀଙ୍କୁ ଶତ ଗୁଣର ପ୍ରତୀକ ମନାଯାଇଛି । ଏହି ପ୍ରକାରରେ ବିଦ୍ୟା ଓ ଜ୍ଞାନକୁ ମଧ୍ୟ ଶତ ଗୁଣ ମନାଯାଏ । ମା’ସରସ୍ୱତୀ ଶତଗୁଣର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି । କାରଣ ଭଗବତୀ ସରସ୍ୱତୀ ହେଉଛନ୍ତି ଶତଗୁଣୀ । ମା’ସରସ୍ୱତୀଙ୍କୁ ବିଦ୍ୟା , ସଙ୍ଗୀତ ଓ ବୁଦ୍ଧି ଦେବୀ କୁହାଯାଏ । ଦେବୀ ପୁରାଣରେ ମା’ସରସ୍ୱତୀଙ୍କୁ ସାବିତ୍ରୀ ,ଗାୟତ୍ରୀ, ସତୀ, ଲକ୍ଷ୍ମୀ ଓ ଅମ୍ବିକା ନାମରେ ସମ୍ବୋଧିତ କରାଯାଇଛି ।

ପ୍ରାଚୀନ ଗ୍ରନ୍ଥରେ ମା’ସରସ୍ୱତୀଙ୍କୁ ବାଗଦେବୀ,ବାଣୀ, ଶାରଦା,ଆରତୀ,ବିଣାପାଣି,ବିଦ୍ୟାଧାରୀ, ଓ ସର୍ବମଙ୍ଗଳା ଆଦି ନାମରେ ଅଳଂକୃତ କରାଯାଇଛି । ମା’ସରସ୍ୱତୀ ସମ୍ପୁର୍ଣ୍ଣ ସଂସାରର ବୋଧ ସ୍ୱରୁପିଣୀ ଅଟନ୍ତି । ମା’ଙ୍କ ଉପାସନାରେ ସମସ୍ତ ପ୍ରକାର ସିଦ୍ଧି ପ୍ରାପ୍ତ ହୋଇଥାଏ । ମା’ସରସ୍ୱତୀଙ୍କୁ ସଙ୍ଗୀତ ଶାସ୍ତ୍ରର ମଧ୍ୟ ଅଧୀଷ୍ଠାତ୍ରୀ ଦେବୀ କୁହାଯାଏ । ତାଳ, ସ୍ୱର, ଲୟ, ରାଗ,ରାଗୀଣୀ ଆଦିର ଆରମ୍ଭ ମା’ ଙ୍କଠାରୁ ହୋଇଛି । ୭ ପ୍ରକାର ସ୍ୱର ଦ୍ୱାରା ମା’ସରସ୍ୱତୀଙ୍କ ସ୍ମରଣ କରାଯାଇଥାଏ । ସେଥିପାଇଁ ମା’ସରସ୍ୱତୀଙ୍କୁ ସ୍ୱରାତ୍ମିକା କୁହାଯାଏ । ସପ୍ତବିଦ ସ୍ୱରର ଜ୍ଞାନ ପ୍ରଦାନ କରିଥିବାରୁ ମା’ଙ୍କ ନାମ ସରସ୍ୱତୀ ହୋଇଛି ।

ମାର୍କଣ୍ଡେୟ ପୁରାଣରେ କୁହାଯାଇଛି , ନାଗ ରାଜ ଅଶ୍ୱେତାରା ଓ ତାଙ୍କ ଭାଇ କାମ୍ବାଲ ଦୁଇଜଣ ମା’ସରସ୍ୱତୀଙ୍କ ଠାରୁ ସଙ୍ଗୀତ ଶିକ୍ଷା ପ୍ରାପ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking