28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଝରାଫୁଲ ମିଷ୍ଟ୍ରି, ମିଳିଲା ସ୍କୁଟି

ଝରାଫୁଲ ମିଷ୍ଟ୍ରି, ମିଳିଲା ସ୍କୁଟି

ଭୁବନେଶ୍ୱର: ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଆଜି ଭୁବନେଶ୍ୱର ସୁନ୍ଦରପଦା ପାଖରୁ ସ୍କୁଟି ଜବତ ହୋଇଛି । ଜବତ ହୋଇଥିବା ସ୍କୁଟିଟି ଅଭିଯୁକ୍ତ ରାକେଶ ବୋଲି ଜଣାପଡିଥିବା ବେଳେ ଗତ ମାସ ଜାନୁୟାରୀରେ ସେ ଏହାକୁ କିଣିଥିଲା । ଝରାଫୁଲକୁ ନେବା ଆଣିବାରେ ବ୍ୟବହୃତ ହୋଇଥିଲା ସେହି ସ୍କୁଟି । ସେହି ସ୍କୁଟିରେ ଝରାଫୁଲକୁ ନେବା ଆଣିବାର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଥିଲା । ବର୍ତମାନ ମୁଖ୍ୟ ଅଭିଯୁକ୍ତ ରାକେଶ ଧରାପଡିଥିଲେ ବି ତାର ସହଯୋଗୀ ଧରାପଡିନାହିଁ । ଗିରଫ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ରିମାଣ୍ଡ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ । ଆଜି ସରୁଛି ରାକେଶର ରିମାଣ୍ଡ ଅବଧି। ଗତକାଲି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଧର୍ମବିହାର ଗେଷ୍ଟ ହାଉସକୁ ଆଣି ଡେମୋ ଦେଖାଇବା ସହ ସିନ୍‌ ରି-କ୍ରିଏସନ୍‌ କରିଛି। ଖୋଳତାଡ କରିଛି। ଅଭିଯୁକ୍ତ ଉପସ୍ଥିତିରେ ଗେଷ୍ଟ ହାଉସର ତିନି ଜଣ କର୍ମଚାରୀଙ୍କୁ ବି ଜେରା କରିଛି ଯାଜପୁର ପୋଲିସ । ୨୬ ତାରିଖର ରହସ୍ୟ ସମ୍ପର୍କରେ ତଥ୍ୟ ଯୋଗାଡ଼ ଚାଲିଛି । ସେଦିନ ସେହି ଗେଷ୍ଟ ହାଉସରେ ଏକାଠି ରହିଥିଲେ ଝରାଫୁଲ ଓ ରାକେଶ । ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁକୁ ସପ୍ତାହେ ବିତିଲାଣି । ତଥାପି ପୋଲିସ ରହସ୍ୟ ଉପରୁ ପରଦା ହଟାଇ ପାରିନି । ଝରାଫୁଲଙ୍କ ମୋବାଇଲ୍‌ ଫୋନ୍‌ ମିଳିନଥିବା ବେଳେ ରାକେଶର ସହଯୋଗୀ ଶେଖର ଏବେ ବି ଫେରାର୍‌ ଅଛି । ସେ ଗିରଫ ହେଲେ ପୋଲିସକୁ ମିଳିପାରେ ଅଧିକ ତଥ୍ୟ ଓ ପ୍ରମାଣ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking