25.1 C
Bhubaneswar
Saturday, March 21, 2026
Homeଓଡିଶାପୋକରା ବାଉଁଶ ଖାଇଛି କିଏ?

ପୋକରା ବାଉଁଶ ଖାଇଛି କିଏ?

ଭୁବନେଶ୍ୱର:  ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଂଯୋଜକ ରାଜୀବ ପଟ୍ଟନାୟକ ସରକାରଙ୍କ କଂଗ୍ରେସ ପ୍ରତିହିଂସା ମୂଳକ କାର୍ଯ୍ୟକଳାପ ଉପରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲା ଦିନରୁ ଯେଭଳି ନାରୀ ଅତ୍ୟାଚାର, ନିର୍ଯାତନା ଓ ଦୁଷ୍କର୍ମ ଇତ୍ୟାଦି ଘଟଣାରେ ରାଜ୍ୟ ଜଳୁଥିବା ବେଳେ ସରକାର ଗଭୀର ନିଦ୍ରାରେ ଶୟନରତ । ନାରୀଙ୍କ ଦୁଃଖ ପ୍ରତି ସଂପୂର୍ଣ୍ଣ ସମ୍ବେଦନହୀନ । ଏହିଭଳି ପରିସ୍ଥିତିରେ ଯେତେବେଳେ କଂଗ୍ରେସ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ନାରୀ ନ୍ୟାୟକୁ ନେଇ ରାଜ୍ୟବ୍ୟାପି ଯେଉଁ ଆନ୍ଦୋଳନ ଆରମ୍ଭ କରିଛି ସେତେବେଳେ ସରକାର ଆଇନ ଶୃଙ୍ଖଳାପ୍ରତି ଯତ୍ନବାନ ହେବା ପରିବର୍ତ୍ତେ କଂଗ୍ରେସର ଆନ୍ଦୋଳନକୁ ଚପାଇଦେବାପାଇଁ ପ୍ରତିଶୋଧ ପରାୟଣ ହୋଇ ଆମ କର୍ମୀଙ୍କୁ ଜେଲରେ ଭରିବାକୁ ଲାଗିଛନ୍ତି । ମା’ ଭଉଣୀଙ୍କ ସମ୍ମାନ ରକ୍ଷା କରିବାପାଇଁ ଥରେ କ’ଣ ୫ଥର ଜେଲ ଯିବାକୁ ଆମେ ପସ୍ତୁତ ।

ବାଲେଶ୍ୱର ଫକୀର ମୋହନ କଲେଜର ଆତ୍ମହୁତି ଦେଇଥିବା ଭଉଣୀ ସୌମ୍ୟାଶ୍ରୀ ସମସ୍ତଙ୍କୁ ନିଜ ଦୁଃଖ ନେଇ ଗୁହାରୀ କରିଥିଲେ । ଅନେକ ଜଣଙ୍କ ପାଖରେ ଦ୍ୱାରସ୍ଥ ହୋଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏମଏଲଏ ଏବଂ ଚପରାଶି ପର୍ଯ୍ୟନ୍ତ କିଏ ଜଣେ ହେଲେ ତା କଥା ଶୁଣିଲେଣି ତେଣୁ ବାଧ୍ୟ ହୋଇ ସେ ଆତ୍ମହତ୍ୟା କଲା । ଏହା ସୌମ୍ୟାଶ୍ରୀର ଆତ୍ମହତ୍ୟା ନୁହେଁ ବରଂ ଅକମର୍ଣ୍ଣ୍ୟ ସରକାରଙ୍କ ଦ୍ୱାରା ହତ୍ୟା କହିବା ଉଚିତ ହେବ । ପୁଣି ବଳଙ୍ଗାରେ ଅତି ନିର୍ମମଭାବେ କିଛି ଦୁର୍ବୁତ ଜଣେ ନାବାଳିକା ଛାତ୍ରୀଙ୍କୁ ଦିନଦ୍ୱିପ୍ରହରରେ ଜଳାଇ ଦେଲେ । ଏଭଳି ଲାଗ ଲାଗ ଲଜ୍ଜାଜନକ ଘଟଣା ରାଜ୍ୟର କୋଣ ଅନୁକୋଣରେ ଘଟୁଛି । କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ସରକାରଙ୍କୁ କ୍ରୀୟାଶିଳ କରିବାପାଇଁ କଂଗ୍ରେସ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘର ଘେରାଉ ଏବଂ ଶୋଭାଯାତ୍ରା କଲାବେଳେ ଆମ କର୍ମୀଙ୍କୁ ଗିରଫ କରାଯାଉଛି । ଆମ ଟାଣୁଆ ନେତା ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନାମରେ ଅପପ୍ରଚାର କରାଯାଇ ଭୁବନେଶ୍ୱରରେ ତାଙ୍କୁ ବଦନାମ କରିବାପାଇଁ ପୋଷ୍ଟର ମରାଯାଉଛି ।ଆମ ଦଳ ପୋଷ୍ଟର ଲଗାଇଲେ ସରକାର ଏବଂ ବିଏମସିର ନିଦ ହଜିଯାଏ । ସକାଳ ନ ପାହୁଣୁ ପୋଷ୍ଟର ହଟେଇ ଦିଆଯାଏ । କିନ୍ତୁ ସେପଟେ ଆମ ନେତାଙ୍କ ଅପପ୍ରଚାର ପାଇଁ ଲଗାଯାଇଥିବା ବେନାମୀ ପୋଷ୍ଟରକୁ ବିଏମସି ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ହଟାଇଲା ନାହିଁ କାହିଁକି? ତେଣୁ ଆମେ ବାଧ୍ୟ ହେଲୁ ପୋଷ୍ଟର ହଟାଇବା ପାଇଁ । ଆମ ପୋଷ୍ଟର ହଟାଇବା, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବୋଧହୁଏ ବହୁତ ବାଧିଲା ପୋଷ୍ଟର ହଟାଇବା ଯୋଗୁଁ ସରକାରୀ ସମ୍ପତ୍ତି ବାଉଁଶବାଡ଼ କ୍ଷତି ହୋଇଛି ଏବଂ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଲେ । ଆମେ ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କୁ ପ୍ରଶ୍ନ ପଚାରୁଛୁ ଯେ ଯେତେବେଳେ ବିଜେଡ଼ିର ସରକାର ଥିଲା ଏହି ବାଉଁଶବାଡ଼ କାରବାରରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ବିଜେପି ହୁଲସ୍ତୁଲ କରିଦେଉଥିଲା । କିନ୍ତୁ ବିଜେପି ସରକାର ଆସିବାର ବର୍ଷେ ଉପରକୁ ବିତିଗଲାଣି । ତେବେ ବାଉଁଶ ଦୁର୍ନୀତି ଉପରେ କେବେ କାର୍ଯ୍ୟାନୁଷ୍ଠାନ ନେବେ ମନ୍ତ୍ରୀ । ଏହି ପୋକରା ବାଉଁଶ କାରବାରରେ କେତେ ପିସି କାରବାର ହୋଇଥିଲା କେବେ ଅଡିଟ ରିପୋର୍ଟ ଦେବେ ବୋଲି ମନ୍ତ୍ରୀଙ୍କୁ ପଚାରିଛନ୍ତି ।

ସରକାରୀ ସ୍ଥାନରେ ବିଏମସିର ବିନା ଅନୁମତିରେ କିଏ ପୋଷ୍ଟର ଲଗାଇଲା । ଏହା ହେଉଛି ବଡ଼ ପ୍ରଶ୍ନ । ବର୍ତ୍ତମାନ ସବୁ ସ୍ଥାନରେ ସିସିଟିଭି ଖଞ୍ଜାଯାଇଛି । ତାହାର ଫୁଟେଜ ବିଏମସିର ପରମିଶନ ପତ୍ର କେଉଁ ପ୍ରିଟିଂ ମେସିନରେ ଛପା ଯାଇଥିଲା, କେଉଁ ବିଜ୍ଞାପନ ଏଜେନ୍ସି ଲଗାଇଥିଲା ଏହାର ଅନୁସନ୍ଧାନ ପ୍ରଥମେ ମନ୍ତ୍ରୀ କରନ୍ତୁ । ଏହା ନକରି ପୋଷ୍ଟର ହଟାଇଦେବା ମନ୍ତ୍ରୀଙ୍କୁ ଏତେ ବାଧିଲା ଯେ ସେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଧମକ ଦେଉଛନ୍ତି । ମନ୍ତ୍ରୀଙ୍କ ଏଭଳି କଥାରୁ ଲାଗୁଛି ବୋଧହୁଏ ମନ୍ତ୍ରୀ ଶ୍ରୀ ମହାପାତ୍ର ପୋଷ୍ଟର ପାଇଁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରିଛନ୍ତି । ବାଲେଶ୍ଵର ଦିବଙ୍ଗତା ଛାତ୍ରୀଙ୍କ ଏକାଦଶାହ ରେ ବାଣୀବିହାର ସମ୍ମୁଖରେ ଶ୍ରଦ୍ଧାଞ୍ଜଳୀ ଉଦ୍ୟସରେ ଏକ ପୋଷ୍ଟର ଲାଗିଥିଲା ।ତାକୁ ରାତି ଅଧରେ କିଏ ଚିରିଲା ? ସେହି ପୋଷ୍ଟର କୁ ଲାଗିକି ସରକାରୀ ଦଳର ଗୋଟିଏ ପୋଷ୍ଟର ଲାଗିଥିଲା ତାହା ଅକ୍ଷତ ଅବସ୍ଥାରେ କିପରି ରହିଲା ? ଏଭଳି ହୀନ କାର୍ଯ୍ୟକଳାପ କୁ ଆମେ ଦୃଢ଼ ନିନ୍ଦା କରୁଛୁ। ଯଦି ମନ୍ତ୍ରୀଙ୍କ ସତସାହସ ଅଛି ତେବେ ସିସି ଟିଭି ଯାଞ୍ଚ କରି ପୋଷ୍ଟର ଚିରିଥିବା ଦୁବୃର୍ତ୍ତ ଙ୍କୁ ବାନ୍ଧନ୍ତୁ।

ମନ୍ତ୍ରୀଙ୍କୁ ଆମେ ଅନୁରୋଧ କରୁଛୁ ଲଜ୍ଜାଜନକ ନାରୀ ନିର୍ଯାତନା ଘଟଣାଗୁଡ଼ିକୁ ଚପାଇ ଦେବାପାଇଁ ଏଭଳି ପୋଷ୍ଟର ପୋକରା ବାଉଁଶର ହୀନ ରାଜନୀତି ନକରି ରାଜ୍ୟରେ କିଭଳି ଆଇନ ଶୃଙ୍ଖଳାକୁ ସୁଦୃଢ଼ କରାଯାଇ ପାରିବ ଏବଂ ନାରୀ ଉପରେ ହେଉଥିବା ଅତ୍ୟାଚାରରୁ ରାଜ୍ୟ ମୁକ୍ତହେବ ସେ ବିଷୟ ପ୍ରତି ମୁଣ୍ଡ ଖେଳାନ୍ତୁ । ଆଗାମୀ ଦିନରେ ଆମେ ନେତା ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ନାରୀଙ୍କ ସମ୍ମାନ ରକ୍ଷା ପାଇଁ ଆନ୍ଦୋଳନ ନିରବଚ୍ଛିନ ଚାଲୁ ରହିବ ବୋଲି ଦୃଢ଼ତାର ସହ ସଂଯୋଜକ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । କଂଗ୍ରେସ ଭବନ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଳା କଂଗ୍ରେସ ସଂଯୋଜକ ରାଜୀବ ପଟ୍ଟନାୟକଙ୍କ ସମେତ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ପାରାଦ୍ୱୀପ ବିଧାନସଭା ପ୍ରାର୍ଥୀ ନିରଞ୍ଜନ ନାୟକ, ପୂର୍ବତନ ଛାତ୍ର କଂଗ୍ରେସ ଉପସଭାପତି ଆଦିତ୍ୟ ପ୍ରିତମ ଦାସ ଏବଂ ଛାତ୍ର କଂଗ୍ରେସ ଉପସଭାପତି ସୌମ୍ୟରଞ୍ଜନ ଜେନା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking