33.1 C
Bhubaneswar
Friday, June 6, 2025
Homeଓଡିଶାବିଲକୁ ଯାଇଥିବା ବେଳେ ଆକ୍ରମଣ କଲେ ୩ ଭାଲୁ, ଜଣେ ଗୁରୁତର

ବିଲକୁ ଯାଇଥିବା ବେଳେ ଆକ୍ରମଣ କଲେ ୩ ଭାଲୁ, ଜଣେ ଗୁରୁତର

ଆଠମଲ୍ଲିକ : ଭାଲୁ ଆକ୍ରମଣରେ ଜଣେ ଗୁରୁତର। ମାଧପୁର ରେଞ୍ଜ କନ୍ଧପଡ଼ା ଗ୍ରାମରେ ତିନି ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଉଛନ୍ତି ହରମୋହନ ସାହୁ। ତାଙ୍କୁ ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରାଯାଇଛି।

କନ୍ଧପଡା ଗ୍ରାମର ହରମୋହନ ସକାଳୁ ତାଙ୍କ ବିଲକୁ ଧାନ ଫସଲ ଦେଖିବାକୁ ଯାଉଥିଲେ । ହରମୋହନ ଗାଁ ମୁଣ୍ଡରେ ଥିବା ସମୟରେ ୩ଟି ଭାଲୁ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ସମୟରେ ହରମୋହନ ପାଟି କରିବାରୁ ପାଖ ବିଲରେ ଥିବା କିଛି ଲୋକ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଲୋକଙ୍କୁ ଦେଖି ଭାଲୁମାନେ ହରମୋହନକୁ ଛାଡି ଚାଲି ଯାଇଥିଲେ । ଆଠମଲ୍ଲିକ ବନଖଣ୍ଡରେ ଏବେ ଭାଲୁ ଓ ହାତୀ ଆକ୍ରମଣର ଭୟ ବୃଦ୍ଧି ପାଇବାରେ ଲାଗିଛି । ବନବିଭଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking