26.1 C
Bhubaneswar
Monday, December 11, 2023
Homeଦେଶ ବିଦେଶଖଲିସ୍ତାନୀଙ୍କୁ ପାଣ୍ଠି ଯୋଗାଉଛି ଆଇଏସ୍‌ଆଇ

ଖଲିସ୍ତାନୀଙ୍କୁ ପାଣ୍ଠି ଯୋଗାଉଛି ଆଇଏସ୍‌ଆଇ

ନୂଆଦିଲ୍ଲୀ : ଭାରତ-କାନାଡ଼ା ବିବାଦରୁ ସୁଯୋଗ ଉଣ୍ଡି ଖଲିସ୍ତାନୀଙ୍କୁ ସମର୍ଥନ ପାଇଁ ଆଗେଇ ଆସିଛି ପାକିସ୍ତାନ। ଏହାର ସରକାରୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ କାନାଡ଼ା ଓ ଅନ୍ୟ ସ୍ଥାନରେ ଥିବା ଖଲିସ୍ତାନୀଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା ସହ ଭାରତ ବିରୋଧୀ ଅପପ୍ରଚାରକୁ ଜୋର୍‌ଦାର କରିଛି। ସାମାଜିକ ଗଣମାଧ୍ୟମରେ ପାକିସ୍ତାନୀମାନେ ନାନା ମିଛ ଓ ଉତ୍ତେଜନା ସୃଷ୍ଟିକାରୀ ପ୍ରଚାର ଚଳାଇଥିବା ଦେଖିବାକୁ ମିଳିଛି। ଏହା ମାଧ୍ୟମରେ ଯୁବକମାନଙ୍କୁ ନିଶାଣ କରାଯାଉଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଖଲିସ୍ତାନୀ ଗୋଷ୍ଠୀ ଏବେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ତଥା ତାଙ୍କ ସରକାରର ନିୟନ୍ତ୍ରଣରେ ନଥିବା ସ୍ପଷ୍ଟ ହୋଇଛି।

ରିପୋର୍ଟ ଅନୁସାରେ ଖଲିସ୍ତାନୀ ସମର୍ଥକମାନେ ନିଜକୁ ‘ଦେଶାନ୍ତରୀ’ ଦର୍ଶାଇବା ସହ ସହାୟତା ଆଳରେ ଛାତ୍ର ସମାଜଠାରୁ ଚାନ୍ଦା ଆଦାୟ କରୁଛନ୍ତି। ଲିବେରାଲ ପାର୍ଟି ଓ ନ୍ୟୁ ଡେମୋକ୍ରାଟିକ ପାର୍ଟି ଭଳି ରାଜନୈତିକ ଦଳଙ୍କ ସମର୍ଥନରେ ସେମାନେ ପାଣ୍ଠି ଆଦାୟ କରୁଛନ୍ତି। ଏହି ଦୁଇ ଦଳ ମାଧ୍ୟମରେ ଆଇଏସ୍‌ଆଇ ଖଲିସ୍ତାନୀ ସମର୍ଥକଙ୍କୁ ନିୟମିତ ପାଣ୍ଠି ଯୋଗାଉଛି। ଭା​ଙ୍କୋଭରଠାରେ ଆଇଏସ୍‌ଆଇ ଏଜେଣ୍ଟ ଆସ୍ଥାନ ଜମାଇଛନ୍ତି। ଏହି ସବୁ ଅର୍ଥ ଭାରତ ବିରୋଧୀ କାର୍ଯ୍ୟକ୍ରମରେ ବିନିଯୋଗ ହେଉଛି।

ରୁଖା ତଥା ମୂଳ କାନାଡ଼ାବାସୀ ଏହାକୁ ସମର୍ଥନ କରୁନଥିଲେ ମଧ୍ୟ ଉପରୋକ୍ତ ଗୋଷ୍ଠୀ ଯୁବସମାଜକୁ ପ୍ରଭାବିତ କରି ନିଜ ସପକ୍ଷରେ ନେବାରେ ସଫଳ ହେଉଛନ୍ତି ଓ ସେମାନଙ୍କୁ ଭାରତ ବିରୋଧରେ ନିୟୋଜିତ କରୁଛନ୍ତି। ସ୍ବାର୍ଥ ପାଇଁ ନୂଆ ଗୋଷ୍ଠୀ ଖଲିସ୍ତାନୀଙ୍କୁ ସମର୍ଥନ କରୁଛନ୍ତି। ରାଜନୈତିକ ସମର୍ଥନ ଓ ବିଦେଶୀ ପ୍ରୋତ୍ସାହନ ଯୋଗୁଁ ଏହି ଖଲିସ୍ତାନୀ ଗୋଷ୍ଠୀ ଏବେ କାନାଡ଼ା ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛନ୍ତି। ଏହି ସାହସରେ ସେମାନେ ଭାରତକୁ ଶେଷ କରିଦେବା ପାଇଁ ଆହ୍ବାନ ଦେଉଛନ୍ତି। କାନାଡ଼ାରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଓ କନ୍‌ସୁଲେଟ୍‌ଗୁଡ଼ିକୁ ସେମାନେ ‘ଟେରର୍‌ ହାଉସ୍‌’ ଆଖ୍ୟା ଦେଉଛନ୍ତି ଏବଂ ଏହାକୁ ତୁରନ୍ତ ବନ୍ଦ କରିଦେବା ପାଇଁ ଦାବି କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking