କୋଲକାତା : ପଶ୍ଚିମବଙ୍ଗ ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । ଏଠାରେ ଥିବା ନନ୍ଦୀଗ୍ରାମ ବିଧାନସଭା ଆସନରେ ସବୁଠାରୁ ରୋମାଞ୍ଚକ ପୁର୍ଣ୍ଣ ଲଢେଇ ହୋବାକୁ ଯାଉଛି । ଏହି ଆସନରେ ବିଜେପିର ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କ ସହ ମୁକାବିଲା କରିବେ ।
ଏହି ସମୟରେ ନିର୍ବାଚନର ବିଗୁଲ ବଜାଇ ଶୁଭେନ୍ଦୁ ଅଧିକାରୀ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଏଥର ଟିଏମସିର ସରକାର ଆସେ ତେବେ ପଶ୍ଚିମବଙ୍ଗ କାଶ୍ମୀରରେ ପରିଣତ ହୋଇଯିବ ।
ସେ କହିଛନ୍ତି ଯେ ମମତା ବାନାର୍ଜି କୋଲକାତାର ଭବାନୀପୁର ଠାରୁ ନିର୍ବାଚନ ଲଢିବରୁ ପଛାଉଛନ୍ତି । କୋଲକାତାର ବେହାଲା ଅଞ୍ଚଳରେ ଆୟୋଜିତ ଏକ ର୍ୟାଲିରେ ଯୋଗଦେଇ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କରିଛନ୍ତି । ସେ ଆହୁରି କହିଛନ୍ତି , ମମତା ତାଙ୍କର ଭବାନୀପୁର ଆସନ କ’ଣ ପାଇଁ ଛାଡିଲେ , ସେହି ସ୍ଥାନରୁ କ’ଣ ପାଇଁ ପଳାୟନ କଲେ , ଏହାସେ କରିଛନ୍ତି କାରଣ ବିଜେପି ୨୦୧୯ ରେ ମିତ୍ର ସଂସ୍ଥାନ ବୁଥ ରେ ଜିତିଥିଲା ଏହି ଡରରେ ମମତା ବାନାର୍ଜୀ ଏପରି କରିଛନ୍ତି । 17 ତମ ଲୋକସଭା ଗଠନ ପାଇଁ ଏପ୍ରିଲରୁ ମେ 2019 ମଧ୍ୟରେ ଭାରତରେ 2019 ସାଧାରଣ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାୟ ଅର୍ଦ୍ଧେକ ଆସନ ଜିତି ରାଜ୍ୟକୁ ପ୍ରବେଶ କରିଥିଲା
ଶୁଭେନ୍ଦୁ ଅଧିକାରୀ କହିଛନ୍ତି ,’ ମୁଁ ନନ୍ଦୀଗ୍ରାମରୁ ଲକ୍ଷ୍ମଣ ସେଠଙ୍କୁ ହରାଇଥିଲି , ଏହି ବର୍ଷ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ହରାଇବି’ ।