29.1 C
Bhubaneswar
Saturday, May 4, 2024
Homeଓଡିଶାକତୁରୁ ଗ୍ରାମରେ ନକ୍ସଲାଇଟ ପୋଷ୍ଟର

କତୁରୁ ଗ୍ରାମରେ ନକ୍ସଲାଇଟ ପୋଷ୍ଟର

ଗୁଣୁପୁର : ଗୁଣୁପୁର ନିକଟସ୍ଥ କତୁରୁ ଗ୍ରାମରେ ଲାଗିଛି ଧମକପୂର୍ଣ୍ଣ ପୋଷ୍ଟର । ରାୟଗଡା ଜିଲ୍ଲା ଗୁଣୁପୁରରେ ଏଭଳି ଘଟଣା ପ୍ରଥମ । ୱାର୍ଡ ନମ୍ବର 17 କତୁରୁ ଗ୍ରାମରେ ତେଲୁଗୁ ଭାଷାରେ ମରାଯାଇଛି 4ଟି ପୋଷ୍ଟର । ଏହି ଗ୍ରାମର 28 ଜଣଙ୍କ ନାମ ଲେଖାଯାଇ ଏମାନେ ଧନଶାଳୀ, ଅସତ ଉପାୟରେ ଧନ ରୋଜଗାର କରିବା, ଗଞ୍ଜେଇ, ମହିଳାଙ୍କ ପ୍ରତି ଅସତ ବ୍ୟବହାର ପ୍ରଦର୍ଶନ କରୁଥିବା ପ୍ରଭୃତି ଅଭିଯୋଗ କରି ପୋଷ୍ଟାରରେ ଲେଖାଯାଇଛି । ସେହିଭଳି କଲକା ଗୋପୀ ନାମକ ଯୁବକ ଚୋରା ବେପାରୀ, ଅସତ କାରବାରରେ ଲିପ୍ତ ଥିବା ପୋଷ୍ଟରରେ ଲେଖାଯାଇଛି ଓ ତାଙ୍କୁ ହତ୍ୟା ଧମକ ମଧ୍ୟ ଉଲ୍ଲେଖ ଥିବା ଗୋପୀ କହିଛନ୍ତି । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ଦାଖଲ ହୋଇନାହିଁ । ଆଜି ଅପରାହ୍ନରେ ଅଭିଯୋଗ ଦାଖଲ କରିବେ ବୋଲି କହିଛନ୍ତି । ତେବେ ଏଭଳି ପୋଷ୍ଟର କିଏ ଓ କାହିଁକି ମାରିଚି ସ୍ପଷ୍ଟ ଜଣାପଡି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking