35.1 C
Bhubaneswar
Tuesday, April 23, 2024
Homeପଶ୍ଚିମବଙ୍ଗ ନିର୍ବାଚନବ୍ରିଗେଡ ଗ୍ରାଉଣ୍ଡରେ ଦିଦିଙ୍କ ଉପରେ ଗର୍ଜିଲେ ମୋଦୀ

ବ୍ରିଗେଡ ଗ୍ରାଉଣ୍ଡରେ ଦିଦିଙ୍କ ଉପରେ ଗର୍ଜିଲେ ମୋଦୀ

ପଶ୍ଚିମବଙ୍ଗ : ପ୍ରଧାନମନ୍ତ୍ରୀ ନରେ ନ୍ଦ୍ର ମୋଦୀ ରବିବାର ଦିନ କୋଲକାତାର ବ୍ରିଗେଡ ଗ୍ରାଉଣ୍ଡଠାରେ ଏକ ବିଶାଳ ର‌୍ୟାଲିକୁ ସମ୍ବୋନ୍ଧିତ କରିଥିଲେ । ଏହି ର‌୍ୟାଲିରେ ସେ ମମତା ବାନାର୍ଜୀଙ୍କ ସହିତ ଲେଫ୍ଟ ଓ କଂଗ୍ରେସକୁ ମଧ୍ୟ କଡା ସମାଲୋଚନା କରିଥିଲେ । ସେ କହିଥିଲେ ଯେ, ଏବେ ସବୁ ଆଡେ ଗୋଟିଏ ସ୍ୱର ଶୂଣିବାକୁ ମିଳୁଛି । ଏବେ ପଶ୍ଚିମବଙ୍ଗରେ ଟିଏମସିର ଖେଳ ଖତମ । ‘ମୋ ପାଇଁ ରାଗରେ କ’ଣ କ’ଣ ସବୁ କୁହାଯାଉଛି କେବେ ରାବଣ ,କେବେ ଦୈତ୍ୟ, କେବେ ଗୁଣ୍ଡା, ତ କେବେ ଆଉ କ’ଣ । ଏତେ ରାଗ କଣ ପାଇଁ’ ବୋଲି ଦିଦିଙ୍କୁ ପ୍ରଶ୍ନ କରିଥିଲେ ।

ଆଜି ଯଦି ପଶ୍ଚିମବଙ୍ଗରେ ପଦ୍ମ ଷଖଳିବାକୁ ଯାଉଛି ଏହାର କାରଣ ହେଉଛି ସେହି ପଙ୍କ ଯାହା ଆପଣଙ୍କ ସରକାର ଓ ଆପଣଙ୍କ ଦଳ ଦ୍ୱାରା ପଶ୍ଚିମବଙ୍ଗରେ ଖେଳାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ୨ ମେ ଠାରୁ ଭୟର ଦିନ ରହିବନି । କାଶ୍ମୀର ଠାରୁ ନେଇ ଅଯୋଦ୍ଧ୍ୟା ପର୍ଯ୍ୟନ୍ତ ଆପଣ ମାନେ ଦେଖିଛନ୍ତି ଗୋଟିଏ ଭୋଟର ତାକତ କେତେ । ତେଣୁ ଏହିଥର ଟିଏମସିକୁ ସଫା କରିବା ପାଇଁ ସେହି ଗୋଟିଏ ଗୋଟିଏ ଭୋଟ ଅତି ଆବଶ୍ୟକ ।
ପଶ୍ଚିମବଙ୍ଗର ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଦେଇଛନ୍ତି । ସେ କହଛନ୍ତି ଯେ, ଆପଣମାନଙ୍କ ତପସ୍ୟା, ନିଷ୍ଠା ଓ ତ୍ୟାଗକୁ ମୋର ପ୍ରଣାମ । ବିଜେପିର ପ୍ରତି କାର୍ଯ୍ୟକତ୍ତାଙ୍କ ପରିବାରକୁ ଓ ପଶ୍ଚିମବଙ୍ଗରେ ଶିକାର ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନ୍ୟାୟ ଦେବା ପାଇଁ ଆମେ ପ୍ରତିଶୃତିବଦ୍ଧ । 

1969 ମସିହାରେ ପଶ୍ଚିମବଙ୍ଗରେ ନୂତନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପଶ୍ଚିମବଙ୍ଗ ବିଧାନସଭାରେ ସିପିଆଇ (ଏମ୍) ସର୍ବ ବୃହତ ଦଳ ଭାବରେ ଉଭା ହୋଇଥିଲା। କିନ୍ତୁ ସିପିଆଇ ଏବଂ ବଙ୍ଗଳା କଂଗ୍ରେସର ସକ୍ରିୟ ସହଯୋଗରେ ଅଜୟ ମୁଖାର୍ଜୀଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଫେରିଥିଲେ । ମାର୍ଚ୍ଚ 16, 1970 ରେ ମୁଖାର୍ଜୀ ଇସ୍ତଫା ଦେଇଥିଲେ ଏବଂ ରାଷ୍ଟ୍ରପତିଙ୍କ ନିୟମ ଅନୁଯାୟୀ ରାଜ୍ୟକୁ ରଖାଯାଇଥିଲା । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking