34.1 C
Bhubaneswar
Friday, March 29, 2024
Homeଓଡିଶାପୁଲିସ ମହାନିର୍ଦ୍ଦେଶକଙ୍କ ବଣ୍ଡାଘାଟି ଗସ୍ତ

ପୁଲିସ ମହାନିର୍ଦ୍ଦେଶକଙ୍କ ବଣ୍ଡାଘାଟି ଗସ୍ତ

ମାଲକାନଗିରି : ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ମାଲକାନଗିରି ଜିଲ୍ଲାର ମୁଦୁଲିପଡ଼ା ଓ ଅଣ୍ଡ୍ରାହଲ ପଞ୍ଚାୟତ ଗସ୍ତ କରି ଫେରିଛନ୍ତି। ସେ ପ୍ରଥମେ ମୁଦୁଲିପଡ଼ା ଓ ଅଣ୍ଡ୍ରାହଲ ବିଏସ୍ଏଫ୍ କ୍ୟାମ୍ପ ପରିଦର୍ଶନ କରି ଏହାର ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ଏଥିସହ ଏକ ସମୀକ୍ଷା ବୈଠକରେ ଯୋଗଦେଇ ବରିଷ୍ଠ ପୁଲିସ ଅଧିକାରୀ ଓ ବିଏସଏଫର ଅଧିକାରୀଙ୍କ ସହ ମାଓବାଦୀଙ୍କ ସ୍ଥିତି ଉପରେ ସମୀକ୍ଷା କରିଥିଲେ। ଏଥିସହ ମାଓ ଦମନ ଓ ମାଓବାଦୀଙ୍କ ଗତିବିଧି ଉପରେ ଆଲୋଚନା କରି ସୁରକ୍ଷାକର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ପରେ ମୁଦୁଲିପଡ଼ା ବିଏସଏଫ କ୍ୟାମ୍ପ ପରିସରରେ ବଣ୍ଡା ରମଣୀମାନେ ବାଦ୍ୟନୃତ୍ୟର ତାଳେ ତାଳେ ପୁଲିସ ମହାନିର୍ଦ୍ଦେଶକଙ୍କୁ ପାଛୋଟି ନେଇଥିଲେ।

ଏହାପରେ ଅଣ୍ଡାହଲ ପଞ୍ଚାୟତର କାଟାଙ୍ଗଗୁଡ଼ା ଗ୍ରାମ ଗସ୍ତ କରି ସରକାର ସମ୍ପୃକ୍ତ ଅଞ୍ଚଳର ବିକାଶ ନିମନ୍ତେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ବେଳେ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏ ଅବସରରେ ମୁଦୁଲିପଡ଼ା ଓ କାଟାଙ୍ଗଗୁଡ଼ା ଗ୍ରାମରେ ବଣ୍ଡା ମହିଳାଙ୍କୁ ଶାଢ଼ି ଓ କମ୍ବଳ ପ୍ରଦାନ କରିବା ସହ ପୁରୁଷଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ଗସ୍ତ ନକ୍ସଲ ଦମନ ପାଇଁ ଏକ ବଡ ଗସ୍ତ ବୋଲି କୁହାଯାଇଛି। ମାଲକାନଗିରି ଜିଲ୍ଲାରେ ନକ୍ସଲ ଦମନ କ୍ଷେତ୍ରରେ ଡିଜିପିଙ୍କ ପ୍ରମୁଖ ଭୁମିକା ରହିଛି। ସେ ବାରମ୍ବାର ଜିଲ୍ଲାରେ ନକ୍ସଲ ଗିତିବିଧି ଉପରେ ଜିଲ୍ଲା ପୁଲିସ ସହ ଆଲୋଚନା କରୁଥିବା ଜଣାପଡିଛି। ଏହି ଗସ୍ତ ବେଳେ ଜିଡିପିଙ୍କ ସହ ଏସ୍ଓ‌ଜି କମାଣ୍ଡାଣ୍ଟ, ଆଇଜି ଅପରେସନ,ଏସପି ରିଶିକେଷ ଖିଲାରୀ, ବିଏସ୍ଏ‌ଫ କମାଣ୍ଡାଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking