ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦଳଛାଡି ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ନେଇ ଏକ ବଡ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ ଜ୍ୟୋତିରାଦିତ୍ୟଙ୍କୁ କହିଥିଲେ କି ‘ନିଜ ସମୟ ପାଇଁ ଅପେକ୍ଷା କର , ତମକୁ ମୁଖ୍ୟମନ୍ତ୍ରୀ ବନାଯିବ’ । ରାହୁଲ ଗାନ୍ଧୀ ସେମାବାର ଦିନ ଇଣ୍ଡିଆନ ୟୁଥ କଂଗ୍ରେସର କାର୍ଯ୍ୟକତ୍ତର୍ରା ମାନଙ୍କ ସହ ଆଲୋଚନା କରି ଏହି କଥା କହିଥିଲେ । ସେ କହିଥିଲେ ଯେ , ତାଙ୍କ ସହ ଆଲୋଚନା କରିବା ସତ୍ୱେ ମଧ୍ୟ ଜ୍ୟୋତିରାଦିତ୍ୟ ବିଜେପିରେ ସାମିଲ ହୋଇଗଲେ । ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ବନାଇବ ନାହିଁ ।
ଇଣ୍ଡିଆନ ୟୁଥ କଂଗ୍ରେସର ଜଣେ କାର୍ଯ୍ୟକର୍ତ୍ତା ଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଥିଲେ ଯେ, ଯେଉଁ ନେତା ଅଲଗା ଦଳକୁ ଯାଆନ୍ତି ଓ ଆସି ପୁଣି କଂଗ୍ରେସରେ ମିଶନ୍ତି , ସେମାନଙ୍କୁ ଦଳରେ ବଡ ପଦବୀରେ ଦିଆଯିବ ଉଚିତ ନୁହଁ ।
ସୂଚନାଯୋଗ୍ୟ ଯେ, ଜ୍ୟୋତିରାଦିତ୍ୟ ସିନ୍ଧିୟା ଗତବର୍ଷ କଂଗ୍ରେସ ଦଳ ଛାଡି ବିଜେପିେରେ ମିଶିଥିଲେ ।