32.1 C
Bhubaneswar
Tuesday, April 23, 2024
Homeଓଡିଶା୧୦୦ ଶଯ୍ୟା ବିଶିଷ୍ଟ କର୍ମଜିବୀ ମହିଳା ନିବାସ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

୧୦୦ ଶଯ୍ୟା ବିଶିଷ୍ଟ କର୍ମଜିବୀ ମହିଳା ନିବାସ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଯାଜପୁର : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଯାଜପୁର ଜିଲ୍ଲାର ଯାଜପୁର ରୋଡରେ ସନ୍ତରା ସ୍ଥ୍ରିତ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ କର୍ମଜୀବି ମହିଳା ନିବାସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଚ୍ଥନ୍ତି । ଆଜି ସୋମବାର ପୂର୍ବାହ୍ନରେ ଭିଡିଓ କନ୍‌ପଂରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବା ସହ ରାଜ୍ୟ ସରକାର ମହିଳାମାନଙ୍କ ଉନ୍ନତି ଓ ଆର୍ଥିକ ବିକାଶ ପାଇଁ ଅନେକ ଯୋଜନା କରିବା ସହ ମିଶନ ଶକ୍ତି ନାମରେ ନୂଆ ବିଭାଗ ମଧ୍ୟ ସୃଷ୍ଟି କରିଚ୍ଥନ୍ତି ବୋଲି କହିଥିଲେ । ମିଶନ ଶକ୍ତିରେ ବର୍ତମାନ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ସାମିଲ ଥିବାବେଳେ ଏହାକୁ ଏକ କୋଟିରେ ରୂପାନ୍ତରିତ କରାଯିବ ବୋଲି ସେ କହିଥିଲେ । କରୋନା ସମୟରେ ମିଶନ ଶକ୍ତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଅଙ୍ଗନୱାଡି, ଆଶାକର୍ମୀ ଇତ୍ୟାଦି ମହିଳାଙ୍କର କାର୍ଯ୍ୟକ୍ରମ ବେଶ୍ ପ୍ରଶଂସନୀୟ ବୋଲି କହିବା ସହ ପ୍ରତିଟି ମହିଳା ସଶକ୍ତ ହେଲେ ସମାଜ ସଶକ୍ତ ହୋଇପାରିବ ବୋଲି ସେ ଆହ୍ୱାନ ଦେଇଥିଲେ । ରାଜ୍ୟରେ ଆଜି ୩ଟି କର୍ମଜୀବି ମହିଳା ନିବାସ ଲୋକାର୍ପିତ କରାଯାଇଚ୍ଥି । ଗୋଟିଏ ଭୁବନେଶ୍ୱର, ଗୋଟିଏ ଯାଜପୁର ଜିଲ୍ଲା ଯାଜପୁର ରୋଡ ସହରର ସନ୍ତରା ଓ ଅନ୍ୟଟି ଝାରସୁଗୁଡା ଜିଲ୍ଲାରେ ।

ଏତଦ୍‌ଦ୍ୱାରା କର୍ମଜିବୀ ମହିଳାମାନେ ନିଜ ରହଣି ଓ ସୁରକ୍ଷାକୁ ସୁରକ୍ଷିତ ମଣିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସନ୍ତରା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଓ କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ମହିଳାମାନଙ୍କର ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ନେଇଚ୍ଥନ୍ତି । ଏଣୁ ନିଜ ନିଜ ଦକ୍ଷତା ଅନୁସାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରି ସପଂଳତା ଲାଭ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚକ୍ରୱର୍ତି ସିଂହ ରାଠୋର, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଇନ୍ଦୁରେଖା ନାୟକ ପ୍ରମୁଖ ଯୋଗ ଦେଇଥିଲେ ।  ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ କୋଭିଡ ଯୋଦ୍ଧା ଭାବେ ଦଶରଥପୁର ସି.ଡି.ପି.ଓ ମଂଜୁଳା ରଥ ଓ ଧର୍ମଶାଳା ସି.ଡି.ପି.ଓ ସଂଯୁକ୍ତା ସାହୁ, ବିଂଝାରପୁର ସୁପରଭାଇଜର ସୁଶ୍ରୀ ପ୍ରିୟଦର୍ଶିିନୀ ମହାନ୍ତି, ବଡଚଣା ସୁପରଭାଇଜର ନଳୀନୀପ୍ରଭା ମିଶ୍ର, ଦାନଗଦୀ ସୁପରଭାଇଜର ନଳୀନୀପ୍ରଭା ଲେଙ୍କାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।

ସେହିପରି ବେଷ୍ଟ ସି.ଡି.ପି.ଓ ଏବଂ ବାଲ୍ୟ ବିବାହ ପ୍ରତିରୋଧ ଅଧିକାରୀ ଭାବେ ସୁକିନ୍ଦା ସି.ଡି.ପି.ଓ ସଂଯୁକ୍ତା କାନୁନ୍‌ଗୋ, ଶ୍ରେଷ୍ଠ ଆଇ.ସି.ଡି.ଏସ ସୁପରଭାଇଜର ଭାବେ ଧର୍ମଶାଳାର ସ୍ମିତା ମହାନ୍ତି, ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଭାବେ ବିଂଝାରପୁରର ଶଶୀକଳା ବେହେରା, ୧୯ ବର୍ଷରୁ କମ ବାଳିକା ବର୍ଗର ରୋଲ ମଡେଲ ଭାବେ ଦଶରଥପୁରର ରଶ୍ମିତା ଦାଶଙ୍କ ୫ ହଜାର ଟଙ୍କା ଓ ମାନପତ୍ର ସହ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ, ମିଶନ ଶକ୍ତିର ସଂଯୋଜକ ସେପାଂଳୀ ସ୍ୱାଗତିକା ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking