24.1 C
Bhubaneswar
Friday, January 10, 2025
Homeବିଜିନେସ୍ଦିଲ୍ଲୀ ହାଇକୋର୍ଟଙ୍କୁ ହ୍ୱାଟସ ଆପର ଜବାବ; ନୂଆ ପ୍ରାଇଭେସି ପଲିସି ଉପରେ ସ୍ୱେଚ୍ଛାକୃତ ରୋକ୍‌

ଦିଲ୍ଲୀ ହାଇକୋର୍ଟଙ୍କୁ ହ୍ୱାଟସ ଆପର ଜବାବ; ନୂଆ ପ୍ରାଇଭେସି ପଲିସି ଉପରେ ସ୍ୱେଚ୍ଛାକୃତ ରୋକ୍‌

ନୂଆଦିଲ୍ଲୀ: ହ୍ୱାଟସଆପ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି, ବର୍ତମାନ ସେ ନୂଆ ପ୍ରାଇଭେସି ପଲିସିକୁ ସ୍ୱେଚ୍ଛାକୃତ ହୋଲ୍ଡ କରି ରଖିଛି । କମ୍ପାନୀ କହିଛି ଯେ, ଯେପର୍ଯ୍ୟନ୍ତ ଡାଟା ପ୍ରୋଟେକ୍ସନ ବିଲ୍ ଲାଗୁ ହେବ ନାହିଁ, ସେ ଯାଏଁ ସେ ନିଜ କ୍ଷମତାକୁ ସୀମିତ କରିବ ନାହିଁ । ଏହାର ଅର୍ଥ, ଉପଭୋକ୍ତା ଯେଉଁ ସୁବିଧାର ଲାଭ ନେଉଛନ୍ତି, ତାହା ଜାରି ରହିବ ।
ହାଇକୋର୍ଟରେ ହ୍ୱାଟସଆପ କହିଛି, ଆମେ ସ୍ୱଚ୍ଛ ଭାବରେ ଅପଡେଟକୁ ସେ ପର୍ଯ୍ୟନ୍ତ ରୋକିଛୁ । ଆମ ମାମଲାରେ କୌଣସି ରେଗୁଲେଟର ବଡି ନାହାନ୍ତି । ଏଥିପାଇଁ ସରକାର ହିଁ ଫଇସଲା କରିବେ । କମ୍ପାନୀ କହିଛି, ଆମେ ଫଇସଲା କରିଛୁ ଯେ, ଆମେ ଏହାକୁ କିଛି ସମୟ ଯାଏଁ ଲାଗୁ କରିବୁ ନାହିଁ ।
ହାଇକୋର୍ଟ ହ୍ୱାଟସଆପକୁ ପଚାରିଥିଲେ, ଆପଣଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ଆପଣ ଡାଟା ଏକତ୍ର କରି ଅନ୍ୟ କାହାକୁ ଦେବାକୁ ଚାହୁଁଛନ୍ତି । ଯାହା ଆପଣ ଅନ୍ୟ ପାର୍ଟିର ହିନା ସହମତିରେ କରିପାରିବେ ନାହିଁ । କୋର୍ଟ ଆହୁରି କହିଥିଲେ ଯେ, ଏହା ମଧ୍ୟ ଆରୋପ ରହିଛି କି, ଭାରତ ପାଇଁ ଆପଣଙ୍କ ପାଖରେ ଏକ ଭିନ୍ନ ପଦ୍ଧତି ରହିଛି । କଣ ଭାରତ ଓ ୟୁରୋପ ପାଇଁ ଆପଣଙ୍କ ଭିନ୍ନ ଭିନ୍ନ ନିୟମ ?
ଏହା ଉପରେ ହ୍ୱାଟସ ଆପ କହିଥିଲା, ଆମେ ପ୍ରତିଶ୍ରୃତିବଦ୍ଧ ରହିଛୁ ଯେ, ସଂସଦରୁ ଆଇନ ଆସିବା ଯାଏଁ ଆମେ କିଛି କରିବୁ ନାହିଁ । ଯଦି ସଂସଦ ଆମକୁ ଭାରତ ପାଇଁ ଏକ ଭିନ୍ନ ନିୟମ କରିବାକୁ ଅନୁମତି ଦିଏ, ତେବେ ଆମେ ତାକୁ ବି ବନାଇଦେବୁ । ଆଉ ଯଦି ଏମିତି ନ ହୁଏ, ତେବେ ଏହା ଉପରେ ବିଚାର କରାଯିବ । କମ୍ପାନୀ କହିଛି, ଯଦି ସଂସଦ ମୋତେ ଡାଟା ବାଣ୍ଟିବାକୁ ଅନୁମତି ଦିଏ, ତେବେ ସିସିଆଇ କିଛି କହିପାରିବେନି ।
ଅଦାଲତ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଓ ତାର ମାଲିକ, ଫେସବୁକର ଏକ ଆବେଦନ ଉପରେ ଶୁଣାଣି କରୁଥିଲେ । ଯେଉଁଥିରେ ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ(ସିସିଆଇ)ଙ୍କ ନୀତିଙ୍କ ଯାଂଚକୁ ଚ୍ୟାଲେଜଂ ଦିଆଯାଇଥିଲା । ମାମଲାର ଆଗାମୀ ଶୁଣାଣୀ ୩୦ ଜୁଲାଇରେ ହେବ ।
ଏହାପୂର୍ବରୁ ହାଇକୋର୍ଟଙ୍କ ସିଙ୍ଗଲ ଜଜ ପୀଠ ସିସିଆଇ ଯାଂଚ ବିରୋଧରେ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଯେଉଁଥିରେ ଗତ ମାସରେ ଦୁଇ କମ୍ପାନୀଙ୍କୁ ତାଙ୍କ ପଲିସି ବିଷୟରେ ତଥ୍ୟ ମାଗିବା ପାଇଁ ନୋଟିସ ଜାରି କରିଥିଲେ । ହାଇକୋର୍ଟ ଜାଣଇବାକୁ ପାଇଥିଲେ ଯେ, ପ୍ରାଇଭେସି ପଲିସିକୁ ପୂର୍ବରୁ ହିଁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଜଂ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking