36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶ‘ପାଷ୍ଟ ଲାଇଫ୍ ରିଗ୍ରେସନ୍‌ ଥେରାପି’ ରହସ୍ୟ କ’ଣ? ଏହା ଜରିଆରେ ବଦଳିପାରେ ମଣିଷର ବର୍ତ୍ତମାନ....

‘ପାଷ୍ଟ ଲାଇଫ୍ ରିଗ୍ରେସନ୍‌ ଥେରାପି’ ରହସ୍ୟ କ’ଣ? ଏହା ଜରିଆରେ ବଦଳିପାରେ ମଣିଷର ବର୍ତ୍ତମାନ….

ନୂଆଦିଲ୍ଲୀ: ଆଜିର ସମୟରେ ବିଜ୍ଞାନ ଯେତେ ବି ଅଗ୍ରଗତି କରୁଛି ବୈଜ୍ଞାନିକମାନେ ଅଦ୍ଭୁତ ଊଦ୍ଭାବନ କରିଛନ୍ତି। ବିଜ୍ଞାନ ଏପର୍ଯ୍ୟନ୍ତ ମଣିଷର ମସ୍ତିଷ୍କ ଭିତରେ ରହସ୍ୟକୁ ଜାଣିବାରେ  ସଫଳ ହୋଇଛି। ଆଜି ସମୟରେ ମସ୍ତିଷ୍କ ଉପରେ ନିୟନ୍ତ୍ରଣ କରିବାର କୌଣସି ପ୍ରଣାଳୀ ଯଦି ରହିଛି, ତାହା ହେଲା ଧ୍ୟାନ ଓ ପ୍ରାଣାୟମ। ଏହାର ଏକ ଅଂଶ ହେଉଛି ‘ପାଷ୍ଟ ଲାଇଫ୍ ରିଗ୍ରେସନ୍ ଥେରାପି’ ବା (ଫିଏଲଆର)ମଧ୍ୟ କାହାର ମସ୍ତିଷ୍କକୁ ନିୟନ୍ତ୍ରଣ କରିବାର ପ୍ରଣାଳୀ।

ତେବେ ବହୁ ଲୋକ ଏହା ଉପରେ ବିଶ୍ବାସ କରନ୍ତି ନାହିଁ ଏବଂ ଅନ୍ଧବିଶ୍ବାସ ବୋଲି କୁହନ୍ତି। ସେଭଳି କିଛି ଲୋକଙ୍କ କହିବା ଅନୁସାରେ, ଯଦି ଅନ୍ଧବିଶ୍ବାସ ତେବେ ଧ୍ୟାନ ଓ ପ୍ରାଣାୟମକୁ ମଧ୍ୟ ଅନ୍ଧବିଶ୍ବାସ ବୋଲି ମାନିବା ଦରକାର। ପାଷ୍ଟ ଲାଇଫ ରିଗ୍ରେସନ୍ ଥେରାପି ପ୍ରାୟ ୨୦ ହଜାର ବର୍ଷ ପୁରୁଣା ଟେକ୍ନୋଲୋଜି। ପାଷ୍ଟ ଲାଇଫ୍ ରିଗ୍ରେସନ୍ ଥେରାପି କିମ୍ବା ଆମର ଅତୀତର କଥାକୁ ମନେପକାଇବାର ଜରିଆ ହୋଇଥାଏ, ଯାହା ମାଧ୍ୟରେ ଆମେ ନିଜର ଆଜିର ସମୟକୁ ବଦଳାଇ ପାରିବା। ଅଧିକାଂଶ ଲୋକ ଏଭଳି ସମସ୍ୟା ନେଇ ଆସିଥାନ୍ତି, ଅତୀତର କିଛି କଥା ତାଙ୍କୁ ଆଗକୁ ବଢାଇବାକୁ ଦେଉନି। ଏଭଳି ସ୍ଥିତିରେ ରିଗ୍ରେସନ୍ ଥେରାପି ସାହାଯ୍ୟ ନିଆଯାଇଥାଏ। ପାଷ୍ଟ ଲାଇପ୍ ରିଗ୍ରେସନ୍ ଥେରାପି ଜରିଆରେ ଆମେ ଅତୀତକୁ ପୁଣିଥରେ ମନେପକାଇ ପାରିବା। ପାଷ୍ଟ ଲାଇଫ୍ ରିଗ୍ରେସନ୍ ଥେରାପି ବେଳେ ପ୍ରଶ୍ନର ସିରିଜ୍‌ ଲଗାତାର ପଚରା ଯାଇଥାଏ। ଏହା ଜରିଆରେ ଆମେ ନିଜର ଅବଚେତନ ମନକୁ ଆକ୍ଟିଭ କରି ପୁରା କଥାକୁ ପୁଣି ମନେପକାଇଥାଉ। ଏହାଦ୍ବାରା କୌଣସି ଦୁଃଖଦ ସ୍ଥିତିରୁ ମଧ୍ୟ ବାହାରି ପାରିବା। ଏହା ଦୁଇ ପ୍ରକାର ହୋଇଥାଏ। ଗୋଟିଏ ରିଗ୍ରେସନ୍‌ ଓ ଦ୍ବିତୀୟଟି ପୋଗ୍ରେସନ୍। ଏବେ ଆପଣ ଭାବୁଥିବେ, ଏଥିରେ କ’ଣ ପ୍ରାର୍ଥକ୍ୟ ରହିଛି? ରିଗ୍ରେସନ୍‌ରେ ଧ୍ୟାନ ଜରିଆରେ ମଣିଷକୁ ତା’ର ଅତୀତକୁ ନେଇଯାଇଥାଏ।

‘ପାଷ୍ଟ ଲାଇଫ୍ ରିଗ୍ରେସନ୍‌ ଥେରାପି’ ଏକ ପ୍ରକାର ସେଲଫ୍ ହିପ୍ନୋଟାଇଜ୍‌(ଆତ୍ମ-ସମ୍ନାନ) ହୋଇଥାଏ। ଏହା ଅନୁସାରେ, ନିଶ୍ୱାସକୁ ନିୟନ୍ତ୍ରଣ କରି, ଜଣେ ଅତୀତ କିମ୍ବା ପୂର୍ବଜନ୍ମକୁ ଯାଇପାରନ୍ତି। ଫିଲ୍ମ ଡାଇରେକ୍ଟ ସୁପାବିତ୍ର ବାବୁଲ ନିକଟରେ ୟୁରୋପ ଗସ୍ତ ବେଳେ ଏକ ବିଦେଶୀ ଡକ୍ୟୁମେଣ୍ଟରୀ ଫିଲ୍ମ ଦେଖିଥିଲେ,ଯାହାକି ପାଷ୍ଟ ଲାଇଫ୍‌ ରିଗ୍ରେସନ୍ ଥେରାପି ଟେକ୍ନୋଲୋଜି ଉପରେ ଆଧାରିତ ଥିଲା। ଏହାପରେ ସେ ଏହି ଟପିକ୍‌ରେ କାମ କରିବା ଆରମ୍ଭ କରିଥିଲେ। ଏହା ଉପରେ ସେ ଅଢେଇ ବର୍ଷ ରିସର୍ଚ୍ଚ କରିଥିଲେ। ଡାକ୍ତର ନ୍ୟୁଟନ୍ ଓ ଡକ୍ଟର ତୃତୀ ଜୈନଙ୍କୁ ଭେଟିଥିଲେ। ଏହାପରେ ଲୋକଙ୍କୁ ଆଗକୁ ଆସିଥିଲା ‘ରାଜ୍ ପିଛଲେ ଜନ୍ମ କା’ ଶୋ। ଉଲ୍ଲେଖନୀୟ ଯେ, ଡକ୍ଟର ତୃପ୍ତି ଜୈନ ‘ରାଜ୍ ପିଛଲେ ଜନ୍ମ କା’ର ଥେରାପିଷ୍ଟ ଥିଲେ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking