34.1 C
Bhubaneswar
Saturday, May 18, 2024
Homeଓଡିଶାମୋରଡା ପୋଲିସର ତତ୍ପରତା ଯୋଗୁଁ ହଜିଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଫେରିପାଇଲେ ଦମ୍ପତି

ମୋରଡା ପୋଲିସର ତତ୍ପରତା ଯୋଗୁଁ ହଜିଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଫେରିପାଇଲେ ଦମ୍ପତି

ମୟୁରଭଞ୍ଜ: ରାସ୍ତାରେ ହଜିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ବିବ୍ରତ ହୋଇପଡିଲେ ଦମ୍ପତ୍ତି।ସଙ୍ଗେ ସଙ୍ଗେ ନେଲେ ପୋଲିସର ସହଯୋଗ। ଖବରପାଇ ଆଗେଇ ଆସିଲା ପୋଲିସ। ପୁଣି ବର୍ଷ ଶେଷରେ ମୋରଡ଼ା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଏହି ସଫଳତା ପାଇଁ ବେଶ ପ୍ରଶଂସିତ ହେବା ସହିତ ସାଧାରଣ ଲୋକଙ୍କ ପାଖରେ ଆସ୍ଥା ଓ ବିଶ୍ୱାସଭାଜନ ହୋଇ ପାରିଛି ପୋଲିସ। ଆଉ ପୋଲିସ ବିଭାଗର ସମ୍ମାନ ବଢ଼ାଇଛନ୍ତି ମୋରଡ଼ା ଥାନା ପୋଲିସ ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ। ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ପୋଲିସର ମହାନତାକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି l ସୂଚନା ଅନୁଯାୟୀ, କୋଷ୍ଠା ଅଞ୍ଚଳର ରାଜକମଲ ସାତୁଆ ତାଙ୍କ ସ୍ତ୍ରୀ ଶୁଭଶ୍ରୀ ବେହେରାଙ୍କ ସହିତ ଯାଇଥିଲେ ଶ୍ୱଶୁର ଘର ଜଳେଶ୍ୱର। ସେଠାରୁ ଫେରି ନିଜ ଘର କୋଷ୍ଠା ଅଭିମୁଖେ ଫେରୁଥଲେ l ତେବେ ମୋରଡ଼ା ଥାନା ଅନ୍ତର୍ଗତ ବ୍ରାହ୍ମଣମାରା ଜଙ୍ଗଲ ରାସ୍ତାରେ ପହଁଚିଲା ବେଳକୁ ଦେଖନ୍ତି ବାଇକରେ ଥିବା ଏକ ବ୍ୟାଗ ରାସ୍ତାରେ କୋଉଁଠି ଖସି ପଡିଯାଇଛି l ରାଜକମଲ ସଂଗେ ସଂଗେ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କୁ ଜଣାଇବାରୁ ଥାନା ଅଧିକାରୀ ବ୍ୟାଗରେ ଥିବା ରାଜକମଲଙ୍କ ମୋବାଇଲ ନମ୍ବରକୁ ଟ୍ରାକ କରି ସଂଗେ ସଂଗେ ଘଟଣାସ୍ଥଳକୁ ଯାଇ ନୂଆଝାଳିଆରେ ଥିବା କାମିନୀକାନ୍ତ ପାତ୍ରଙ୍କ ଦୋକାନ ନିକଟରୁ ଉଦ୍ଧାର କରିଥିଲେ। ପରେ ରାଜକମଲଙ୍କୁ ଡକାଇ ଉଦ୍ଧାର ବ୍ୟାଗକୁ ସୁରକ୍ଷିତ ଭାବେ ହସ୍ତାନ୍ତର କରିଥିଲେ l ସୂଚନାଯୋଗ୍ୟ ଯେ,ଉକ୍ତ ବ୍ୟାଗରେ ମୋବାଇଲ ଫୋନ ସହିତ ସୁନା ଅଳଙ୍କାର, ଦରକାରୀ କାଗଜପତ୍ର ରହିଥିଲା l ସୁନା ଅଳଙ୍କାର ଓ ମୋବାଇଲକୁ ମିଶାଇ ଲକ୍ଷାଧିକ ଟଙ୍କା ହେବ ବୋଲି ଦମ୍ପତି ପ୍ରକାଶ କରିଥିଲେ । ପୋଲିସର ତତ୍ପରତା ଯୋଗୁଁ ସମସ୍ତ ଜିନିଷ ଫେରିପାଇ ଆଶ୍ୱସ୍ତ ଦମ୍ପତି ଖୁସିରେ ଆତ୍ମହରା ହୋଇ ପ୍ରତିକ୍ରିୟାରେ କହିଥିଲେ ଯେ ମୋରଡା ପୋଲିସ ଅଭିଯୋଗ ପାଇ ସଙ୍ଗେ ସଙ୍ଗେ ତତ୍ପରତା ଦେଖାଇବାରୁ ମାତ୍ର ୨୦ ମିନିଟ ଭିତରେ ଜିନିଷପତ୍ର ଫେରି ପାଇ ପାରିଛୁ । ତେବେ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଖବରପାଇ ବଶ ତତ୍ପରତା ଦେଖାଇ ହଜିଯାଇଥିବା ଜିନିଷ ଉଦ୍ଧାର କରିବାରେ ସଫଳ ହୋଇ ମୋରଡ଼ା ଥାନା ସହିତ ପୋଲିସ ବିଭାଗକୁ ସମ୍ମାନିତ କରିଛନ୍ତି।ଥାନା ଅଧିକାରୀଙ୍କ ଏହି ଦାୟିତ୍ବ ସଂପନ୍ନକାର୍ଯ୍ୟକୁ ଅଂଚଳବାସୀ ତଥା ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି l ତେବେ ଘଟଣାକୁନେଇ କଣ କହିଛନ୍ତି ଦମ୍ପତି ଆସନ୍ତୁ ଶୁଣିବା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking