27.1 C
Bhubaneswar
Thursday, April 25, 2024
Homeଅପରାଧତ୍ରିକୋଣୀୟ ପ୍ରେମରୁ ହତ୍ୟା !

ତ୍ରିକୋଣୀୟ ପ୍ରେମରୁ ହତ୍ୟା !

ଭୁବନେଶ୍ୱର:  ନନ୍ଦନକାନନ ଥାନା ନଣ୍ଡା ହତ୍ୟା ଘଟଣାର ପର୍ଦ୍ଦାଫାଶ । ଘଟଣାରେ ତଦନ୍ତ କରି କଟକ ମଙ୍ଗୁଳି ଅଞ୍ଚଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ନନ୍ଦନକାନନ ପୋଲିସ । ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ହୋଇଥିବା ସୂଚନା ।

ଖବର ଅନୁଯାୟୀ, ନନ୍ଦନକାନନ ଥାନା ଅଞ୍ଚଳରେ ନଣ୍ଡା, କାଳିଆ ଓ ପାନ ସିଂ ଜରି ଗୋଟାଳି ଭାବରେ କାମ କରି ଚଳନ୍ତି। ୩ ଜଣ ବନ୍ଧୁଙ୍କ ମଧ୍ୟ ସମ୍ପର୍କ ଠିକ୍ ଠାକ ଚାଲିଥିଲା ବେଳେ ବନ୍ଧୁତାରେ କଣ୍ଟା ସାଜିଲା ପ୍ରେମିକ। ପ୍ରେମିକା ସହ ଯୌନ ସମ୍ପର୍କକୁ ନେଇ ବନ୍ଧୁତାରେ ପଡିଲା ରକ୍ତ ଛିଟା।
ଗତ ୨୫ ତାରିଖରେ ବାରଙ୍ଗ ଷ୍ଟେସନ୍ ନିକଟ​‌ରେ ଏକ ଅର୍ଦ୍ଧ ନିର୍ମିତ ଘରେ ମହିଳାଙ୍କ ସହିତ ଶାରୀରକ ସମ୍ପର୍କରୁ ନେଇ ହୋଇଥିଲା ବଚସା। ତିନି ବନ୍ଧୁଙ୍କ ଝଗଡ଼ାରେ ବଳିପଡିଗଲା ନଣ୍ଡା ମୁଣ୍ଡ । କାଳିଆ ଓ ପାନ ସିଂ ପଥରରେ ଛେଚି ଛେଚି ହତ୍ୟା କରିଥିଲେ।

ନଣ୍ଡାର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିବା ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲା । ପରେ ଏହି ଘଟଣାର ତଦନ୍ତ କରି କଟକ ମଙ୍ଗୁଳି ଅଞ୍ଚଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking