ଭୁବନେଶ୍ୱର: ଓଡିଆ ଅସ୍ମିତାର କଥା ବୁଝିବା ପାଇଁ ବିଧାନସଭାରେ ଲିଖିତ ପ୍ରଶ୍ନ ରଖିଲେ ବିଜେଡି ବିଧାୟକ ଅରୁଣ ସାହୁ । ଓଡିଆ ଅଭିଦାନରେ ଦିଆଯାଇଥିବା ଅର୍ଥକୁ ଉଲ୍ଲେଖ କରି ଅସ୍ମିତା ଶବ୍ଦର ବାଖ୍ୟା କଲେ ଓଡିଆ ଭାଷା , ସାହିତ୍ୟ , ସଂସ୍କୃତି ମନ୍ତ୍ରୀ ସୁରଜ ସୂଯ୍ୟ ବଂଶୀ । ବିଧାନସଭା ପ୍ରଶ୍ନୋତ୍ତର ରୋଚକ କଥା ସାମ୍ନାକୁ ଆସିଛି । ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପି ନିର୍ୱାଚନ ଲଢିଥିଲା । ଏବଂ ୨୪ ବର୍ଷର ବିଜେଡି ଶାସନ କ୍ଷମତାରୁ ଗଲା । ସେହି ପ୍ରସଙ୍ଗକୁ ନେଇ ରୋଚକ ହୋଇଛି । ଓଡିଆ ଅଭିଦାନକୁ ଉଦ୍ଧାର କରି ଓଡିଆ ଅସ୍ମିତାକୁ ବାଖ୍ୟା କରିଛନ୍ତି ମନ୍ତ୍ରୀ । ଲେଖିଛନ୍ତି ଅସ୍ମିତାର ଅର୍ଥ ମୁଁ ପଣ, ଅହଂଜ୍ଞାନ, ମୁଁ ଭାବ , ମୁଁ ଅଛି । ଏହା କହି ମନ୍ତ୍ରୀ ବୁଝାଇଛନ୍ତି ।