20.1 C
Bhubaneswar
Wednesday, January 8, 2025
Homeବ୍ରେକୀଙ୍ଗପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ଶୁକ୍ରବାର’ କନେକ୍ସନ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ଶୁକ୍ରବାର’ କନେକ୍ସନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନରେ ସମସ୍ତଙ୍କ ନଜର ମମତା ବାନାର୍ଜୀଙ୍କ ଉପରେ ରହିଛି । ବିରୋଧୀ ବିଜେପିଠୁ ବିଜୟ ହାସଲ ପାଇଁ ମମତା ସମସ୍ତ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଶୁକ୍ରବାର ମମତା ବାନାର୍ଜୀ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରନ୍ତି । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇନାହିଁ । ଖାସ କଥା ହେଲା ଯେ, ମମତାଙ୍କ ଜୟ ସନ୍ତୋଷୀ ମା ଓ ଜୁମ୍ମା ଙ୍କ ସହିତ ଖାସ୍ ସମ୍ବନ୍ଧ ରହିଛି । ରିପୋର୍ଟ ଅନୁସାରେ, ଶୁକ୍ରବାର ମମତା ବାନାର୍ଜୀ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରନ୍ତି ।

ଶୁକ୍ରବାର ଜୁମ୍ମା ଓ କେଉଁଠି ନା କେଉଁଠି ମମତା ଏହି ଦିନରୁ ଆଶାୟୀଙ୍କ ନାମ ଘୋଷଣା କରିବା ଆରମ୍ଭ କରି ଭୋଟର୍ସଙ୍କୁ ମେସେଜେ ଦେବାକୁ ଚାହୁଁଛନ୍ତି । ମମତା ବାନାର୍ଜୀ ସର୍ବଦା ନିଜର ଧାର୍ମିକ ଆଚରଣ ପାଇଁ ବିରୋଧୀ ଦଳଙ୍କ ଟାର୍ଗେଟରେ ରୁହନ୍ତି । କେତେବେଳେ ମମତାଙ୍କ ନମାଜ ପଢିବା ଫଟୋ ଭାଇରାଲ ହୁଏ ତ ପୁଣି କେତେବେଳେ ଜୟ ଶ୍ରୀ ରାମ ନାରା ନେଇ ମମତା ବିରୋଧୀଙ୍କ ଖବର ନେବା ଦେଖିବାକୁ ମିଳେ ।

ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ଦିନ ମମତା ଦେବୀ ମାଙ୍କ ପୂଜା କରୁଥିବା ନଜର ଆସିଥିଲା । ଯାହା ଉପରେ ଟିଏମସି ଏବଂ ଏହାର ସୁପ୍ରିମୋ ମମତା ବାନାର୍ଜୀଙ୍କ ବିରୋଧରେ ବିଜେପି ଦୃଢ ଭାବେ ସମାଲୋଚନା କରିଥିଲା।

ସୂଚନା ଯୋଗ୍ୟ , ଭାରତର ପଶ୍ଚିମବଙ୍ଗ ରାଜ୍ୟରେ ଥିବା ବିଧାନସଭାର 294 ଟି ଆସନ (295 ଟି ସିଟ୍ ମଧ୍ୟରୁ) ପାଇଁ 2016 ରେ ଏକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମମତା ବାନାର୍ଜୀଙ୍କ ଅଧୀନରେ ଥିବା ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ 211 ଟି ଆସନ ଜିତିଥିଲେ ଏବଂ ଏହିପରି ଏକ ବର୍ଦ୍ଧିତ ସଂଖ୍ୟାଗରିଷ୍ଠତା ସହିତ ପୁନଃ ନିର୍ବାଚିତ ହୋଇଥିଲେ । 2011 ନିର୍ବାଚନ ପରି, ପ୍ରଥମ ପର୍ଯ୍ୟାୟ ଦୁଇ ଦିନରେ ବିଭକ୍ତ ହୋଇଥିବା ବେଳେ 6 ଟି ପର୍ଯ୍ୟାୟରେ ଏହି ସର୍ଭେ କରାଯାଇଥିଲା।  ପ୍ରଥମ ପର୍ଯ୍ୟାୟ ନକ୍ସଲାଇଟ୍-ମାଓବାଦୀ ରେଡ୍ କରିଡର ଅଞ୍ଚଳରେ ଦୁଇଟି ମତଦାନ ତାରିଖ ସହିତ ଅନୁଷ୍ଠିତ ହୋଇଥିଲା: 4 ଏପ୍ରିଲ୍ ଏବଂ 11 ଏପ୍ରିଲ୍ । ଅନ୍ୟ ପର୍ଯ୍ୟାୟଗୁଡିକ 17, 21, 25, 30 ଏପ୍ରିଲ୍ ଏବଂ 5 ମଇରେ ଅନୁଷ୍ଠିତ ହୋଇଥିଲା । 19 ମଇରେ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking