28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମମତାଙ୍କୁ ସମର୍ଥନ ଦେବ ଶିବସେନା

ମମତାଙ୍କୁ ସମର୍ଥନ ଦେବ ଶିବସେନା

ନୂଆଦିଲ୍ଲୀ: ଭାରତର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି । ମାତ୍ର ଏହି ନିର୍ବାଚନରେ ସମସ୍ତଙ୍କ ନଜର ପଶ୍ଚିମବଙ୍ଗ ଉପରେ ରହିଛି । କୁହାଯାଉଚି, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ବିଜେପି ସହିତ କଡାକଡି ଭାବେ ସାମ୍ନା କରିବାକୁ ପଡୁଛି । ଟିଏମସି ପାଇଁ ବାସ୍ତବରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭଳି ମନେ ହେଉଛି । ଏହାରି ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ ଓ ସମାଜବାଦୀ ପାର୍ଟି ବିଜେପି ବିରୋଧରେ ମଇଦାନରେ ନିଜର ପୁରା ସମର୍ଥନ ଅପିଲ କରିଛନ୍ତି । ଶିବସେନା ନେତା ସଂଜୟ ରାଉତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନିଜ ଦଳର ଆଶାୟୀ ପ୍ରାର୍ଥୀଙ୍କୁ ଛିଡା ନକରି ମମତା ଦିଦିଙ୍କ ତୃଣମୂଳ କଂଗ୍ରେସକୁ ସମର୍ଥନ କରିବ ବୋଲି ଘୋଷଣା କରିଛି । ସମୟ ଥିଲା, ଶିବସେନା ଓ ବିଜେପି ମହାରାଷ୍ଟ୍ରରେ ଗଠବନ୍ଧନ କରି ନିର୍ବାଚନ ଲଢୁଥିଲେ । ହେଲେ ଏବେ ସ୍ଥିତି ବଦଳି ଯାଇଛି ଏବଂ ଶିବସେନା ଏନଡିଏଠୁ ମୁହଁ ଫେରାଇ ନେଇଛି । ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସହିତ ମିଶି ସରକାର ଗଢିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking