ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ବିଷ୍ଣୁପୁରର ବିଜେପି ବିଧାୟକ ତନ୍ମୟ ଘୋଷ ଆଜି ଟିଏମସିରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ ବିଜେପି ବିରୋଧରେ ଅନେକ ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ ବିଜେପି ପ୍ରତିଶୋଧ ରାଜନୀତି କରୁଛି। ସେମାନେ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରି ବଙ୍ଗଳାବାସୀଙ୍କ ଅଧିକାର ଛଡ଼େଇ ନେବାକୁ ଚେଷ୍ଟା କରୁଛନ୍ତି।
ଘୋଷ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ସମସ୍ତ ରାଜନେତାଙ୍କୁ ଅନୁରୋଧ କରୁଛି ଯେ ଲୋକଙ୍କ କଲ୍ୟାଣ ପାଇଁ ସିଏମ ମମତା ବାନାର୍ଜୀଙ୍କୁ ସମର୍ଥନ କରନ୍ତୁ। ଆମେ ସେମାନଙ୍କୁ ସ୍ୱାଗତ କରୁଛୁ |