40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶହୃଦ୍‌ଘାତରେ ପଶ୍ଚିମବଙ୍ଗର ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ

ହୃଦ୍‌ଘାତରେ ପଶ୍ଚିମବଙ୍ଗର ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ

କୋଲ୍‌କାତା: ହୃଦ୍‌ଘାତ ଯୋଗୁଁ ‘ତୃଣମୂଳ କଂଗ୍ରେସ’ ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପଞ୍ଚାୟତ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ପଞ୍ଚାୟତ ସହ ସେ ମଧ୍ୟ ଅନ୍ୟ ତିନୋଟି ବିଭାଗ ଦାୟିତ୍ୱରେ ଥିଲେ। ଶ୍ୱାସପ୍ରଶ୍ୱାସ କ୍ରିୟାରେ ଅସୁବିଧା ହେତୁ ଅକ୍ଟୋବର ୨୪ ତାରିଖରେ ସୁବ୍ରତ ମୁଖାର୍ଜୀଙ୍କୁ ରାଷ୍ଟ୍ରାୟତ ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସୁବ୍ରତ ମୁଖାର୍ଜୀ ସୁସ୍ଥ ହୋଇ ଆସିଥିଲେ ଏବଂ ତାଙ୍କୁ ଡାକ୍ତରଖାନାରୁ ‘ଡିସ୍‌ଚାର୍ଜ’ କରାଯିବାକୁ ଯୋଜନା କରାଯାଉଥିବା ବେଳେ ଗତକାଲି ରାତି ୯.୨୨ରେ ସେ ପୁଣି ଥରେ ଭୀଷଣ ହୃଦ୍‌ଘାତର ସରବ୍ୟ ହୋଇଥିଲେ।

ଏ ସପ୍ତାହ ପ୍ରାରମ୍ଭରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। କାଳୀଘାଟସ୍ଥିତ ବାସଭବନରେ କାଳୀପୂଜା କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁବ୍ରତ ମୁଖାର୍ଜୀଙ୍କୁ ଦେଖିବା ଲାଗି ଡାକ୍ତରଖାନାକୁ ଯାଇ ଫେରିବା ପରେ ଘୋଷଣା କରିଥିଲେ କି, ସୁବ୍ରତ ଆଉ ନାହାନ୍ତି। ସୁବ୍ରତ ମୁଖାର୍ଜୀ ଥିଲେ କୋଲ୍‌କାତା ମୁନିସ୍‌ପାଲ୍‌ କର୍ପୋରେସନ୍‌’ର ପ୍ରଥମ ମେୟର୍‌। ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବା ପୂର୍ବରୁ ସେ କଂଗ୍ରେସର ଜଣେ ବିଶିଷ୍ଟ ନେତା ଥିଲେ। ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସହ ତାଙ୍କର ସମ୍ପର୍କ ନିବିଡ଼ ଥିଲା। ଆଜି ତାଙ୍କ ଶବକୁ ରାଷ୍ଟ୍ରାୟତ ଅଡିଟରିୟମ୍‌ ‘ରବୀନ୍ଦ୍ର ସଦନ’କୁ ନିଆଯାଇ ଜନତାଙ୍କ ଶେଷ ସମ୍ମାନ ପ୍ରଦର୍ଶନାର୍ଥେ ରଖାଯିବ। ପରେ ସେଠାରୁ ତାଙ୍କ ମରଶରୀରକୁ ତାଙ୍କର ବାଲିଗୁଞ୍ଜେ ବାସଭବନକୁ ନିଆଯାଇ ସେଠାରୁ ପୁଣି ତାଙ୍କ ଭିଟାମାଟିକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking