36.4 C
Bhubaneswar
Wednesday, May 25, 2022
Homeଓଡିଶା🎪🛕ଆଜିର ଅନୁଚିନ୍ତା🛕🎪

🎪🛕ଆଜିର ଅନୁଚିନ୍ତା🛕🎪

➡️ଭଲ ବିଷୟଟିଏ ପଢୁଥିବା ବେଳେ ଧୈର୍ଯ୍ଯ ହରାଇବା ହେଉଛି ଗୋଟିଏ ମାନସିକ ରୋଗ ।
➡️ଦୁନିଆରେ ଚାରିପଟୁ ପ୍ରଶଂସା ମିଳିପାରେ,କିନ୍ତୁ ମା’ ବାପାଙ୍କ ଭଳି ଆଶୀର୍ବାଦ କେଉଁଠାରୁ ମଧ୍ୟ ମିଳିପାରିବ ନାହିଁ ।

➡️ଯେତେ ଥର କୁକୁର ଭୁକିବ ସେତେଥର ଯଦି ତୁମେ ଅଟକିବ,ତୁମର ଯାତ୍ରାପଥ ଶେଷ ହେବନାହିଁ ।

➡️ଗଛଟିଏ ମରିଗଲା ପରେ ଯେତେ ପାଣି ଦେଲେ ମଧ୍ୟ ସେ ବଞ୍ଚି ନ ଥାଏ,ସେମିତି ସମ୍ପର୍କଟିରୁ ଆନ୍ତରିକତା ସରିଗଲା ପରେ ଯେତେ ଭଲ ପାଇବା ଦେଲେ ସେ ଭଲ ପାଇବାର କୌଣସି ମୂଲ୍ୟ ନଥାଏ ।

➡️ଜୀବନ୍ତ ଲୋକର ଶ୍ମଶାନ ହେଉଛି ଆଳସ୍ଯ ।

➡️ପତ୍ର ଝଡିବା ଆଗରୁ ଯେମିତି ପତ୍ରର ରଙ୍ଗ ବଦଳିଯାଏ,ଠିକ୍ ସେହିପରି ମଣିଷ ବଦଳିବା ଆଗରୁ ତାର କଥା ବାର୍ତ୍ତାର ଶୈଳୀ ବଦଳି ଯାଏ ।

➡️କାହାରି ଅନୁଗ୍ରହ ପ୍ରାର୍ଥୀ ହେବା ଅର୍ଥ ନିଜର ସ୍ବାଧୀନତା ବିକିଦେବା ।

👌ଶରୀର ପାଇଁ ଖୁବ୍ ଉପକାରୀ ସିଝା କଦଳୀ👌

ସାଧାରଣତଃ କଦଳୀ ଏକ ସୁସ୍ବାଦୁ ଓ ସ୍ବାସ୍ଥ୍ୟ ଉପକାରୀ ଫଳ। ଏହାକୁ ଖାଇଲେ ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। ବିଶେଷ କରି ସିଝା କଳଦୀ ଓ ସିଝା କଦଳୀ ପାଣି ଶରୀରର ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଏହାସହିତ ଶରୀରକୁ ଶକ୍ତିଶାଳୀ ମଧ୍ୟ କରିଥାଏ।

-କଞ୍ଚା କଦଳୀରେ ଥିବା କ୍ୟାଲସିୟମ ହାଡ଼ ମଜଭୂତ କରିବା ସହ ଶରୀରକୁ ଶକ୍ତି ଯୋଗାଇଥାଏ। ଏହାକୁ ସିଝାଇ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ।

-ରାତିରେ ସିଝା କଦଳୀ ଖାଇଲେ ଏହା ଶରୀରରେ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

-ଦିନେ କିମ୍ବା ଦୁଇଦିନ ଏହାକୁ ଖାଇଲେ କୌଣସି ଲାଭ ମିଳି ନ ଥାଏ। ତେଣୁ ନିୟମିତ ଭାବେ ଏହାର ସେବନ କରିବା ଉଚିତ।

-ରାତିରେ ନିଦ ହେଉ ନ ଥିଲେ, ନିୟମିତ ଭାବେ ରାତିରେ ସିଝା କଦଳୀର ପାଣି ପିଇଲେ ସୁଫଳ ମିଳିଥାଏ।

-ଚୋପାଲଗା କଦଳୀକୁ ସିଝାଇ ଏହାର ପାଣି ପିଇଲେ ଶରୀରର ଆହୁରି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।

ଅଦ୍ୟ ନଭେମ୍ବର ମାସ ୦୫ ତାରିଖ ୨୦୨୧ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୩
ସମ୍ବତ -୨୦୭୮
ସାଲ-୧୪୨୯
ସମ୍ବତ୍ସର-ରାକ୍ଷସ
କାର୍ତ୍ତିକ- ଶୁକ୍ଳପକ୍ଷ
ତିଥି- ପ୍ରତିପଦ ରାତ୍ରି ଘ ୧୧/୩୪ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା
ନକ୍ଷତ୍ର- ସ୍ଵ।ତି ଦିବା ଘ୦୬/୦୫ ପର୍ଯ୍ୟନ୍ତ ତଦନ୍ତେ ବିଶାଖା
ଚନ୍ଦ୍ର- ତୁଳା ରାତ୍ରି ଘ ୦୯/୫୭ ପର୍ଯ୍ୟନ୍ତ ତଦନ୍ତେ ବିଛା
ଯୋଗ- ଅଷ୍ମ।ନ୍
କରଣ – ଶକୁନି
ସୌରମାସ- ତୁଳା ୨୦ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୪/୫୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୩୧
*✧═════•❁❀
ଯୋଗିନୀ ପୂର୍ବେ ରାତ୍ରି ଘ ୧୧/୩୪ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ
ବିଛା,ଧନୁ ଓ ମୀନ ରାଶିର ଘାତବାର
ପ୍ରତିପଦର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳ ଓ ବାରବେଳ।- ଦିବା ଘ ୦୮/୪୪ ଗତେ ଘ୧୧/୩୫ ମଧ୍ୟେ
══•❁❀❁•═══
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୪୫ ମଧ୍ୟେ ଓ ଘ୦୭/୨୮ ଗତେ ଘ୦୮/୪୩ ମଧ୍ୟେ ଓ ଘ ୧୨/୧୮ ଗତେ ଘ୦୩/୩୦ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═════✧
ଅଦ୍ୟ ପାଣିକଖାରୁ ରାତ୍ରି ଘ ୧୧/୩୪ ଗତେ ବୋଇତିକାଖରୁ ଭକ୍ଷଣ ନିଷେଧ

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹ମେଷ🌷👉 : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
✧═════•❁❀❁•═════✧
🌹ବୃଷ🌷👉 : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
✧═════•❁❀❁•═════✧
🌹ମିଥୁନ🌷👉 : ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
✧═════•❁❀❁•═════✧
🌹କର୍କଟ🌷👉 : କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
✧═════•❁❀❁•═════✧
🌹ସିଂହ 🌷👉: ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
✧═════•❁❀❁•═════✧
🌹କନ୍ୟା🌷👉 : ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
✧═════•❁❀❁•═════✧
🌹ତୁଳା🌷👉 : ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
✧═════•❁❀❁•═════✧
🌹ବିଛା🌷👉 : ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।
✧═════•❁❀❁•═════✧
🌹ଧନୁ🌷👉 : ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।
✧═════•❁❀❁•═════✧
🌹ମକର🌷👉 : ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।
✧═════•❁❀❁•═════✧
🌹କୁମ୍ଭ🌷👉 : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।
✧═════•❁❀❁•═════✧
🌹ମୀନ🌷👉 : ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking