କୋଲକାତା : ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗୁରୁବାର ପଶ୍ଚିମବଙ୍ଗ କ୍ୟାଡରର ୮ ଜଣ ଆଇପିଏସ୍ ଅଫିସରଙ୍କୁ ସମନ ଜାରି କରାଯାଇଛି । ଏମାନଙ୍କ ମଧ୍ୟରେ ଜ୍ଞାନୱନ୍ତ ସିଂହ, କୋଟେଶ୍ୱର ରାଓ, ଏସ.ସେଲ୍ଭାମୁରୁଗାନ୍, ଶ୍ୟାମ ସିଂହ, ରାଜୀବ ମିଶ୍ର, ସୁକେଶ କୁମାର ଜୈନ ଓ ତଥାଗତ ବସୁ ଅନ୍ୟତମ ।
ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଅଗଷ୍ଟ ୨୧ରୁ ୩୧ ମଧ୍ୟରେ ପୃଥକ ତାରିଖ ଧାର୍ଯ୍ୟ କରାଯାଇଛି । କୋଇଲା ଦୁର୍ନୀତିରେ ଏହି ଅଫିସରମାନେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । କୋଇଲା ମାଫିଆ ଅନୁପ ମାଞ୍ଝି ଏହି ଘଟଣାର ମୁଖ୍ୟ ଖଳନାୟକ କକୁହାଯାଉଥିବାବେଳେ ଇଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାଂସଦ ପୁତୁରା ଅଭିଷେକ ଓ ତାଙ୍କ ପତ୍ନୀ ରୁଜିରାଙ୍କୁ ପୂର୍ବରୁ ଜେରା କରାଯାଇସାରିଛି ।