29.1 C
Bhubaneswar
Saturday, July 27, 2024
Homeଖେଳସେପ୍ଟେମ୍ବରରେ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ ଭାରତୀୟ ଫୁଟ୍‌ବଲ୍ ଟିମ୍‌

ସେପ୍ଟେମ୍ବରରେ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ ଭାରତୀୟ ଫୁଟ୍‌ବଲ୍ ଟିମ୍‌

ନୂଆଦିଲ୍ଲୀ : ଭାରତୀୟ ପୁରୁଷ ଫୁଟ୍‌ବଲ୍ ଟିମ୍ ସେପ୍ଟେମ୍ବରରେ ସିଙ୍ଗାପୁର ଏବଂ ଆୟୋଜକ ଭିଏତ୍‌ନାମ୍ ବିପକ୍ଷରେ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ ବୋଲି ଗୁରୁବାର ଜାତୀୟ ମହାସଂଘ କୁହାଯାଇଛି । ଭାରତ ସେପ୍ଟେମ୍ବର ୨୪ରେ ଭିଏତ୍‌ନାମ ଏବଂ ୨୭ ତାରିଖରେ ସିଙ୍ଗାପୁରକୁ ଭେଟିବ । ୨୦୨୨ ଏଏଫ୍‌ଏଫ୍ ମିତ୍‌ସୁବିଶି ଇଲେକ୍ଟ୍ରିକ୍ କପ୍ ପ୍ରସ୍ତୁତି ସ୍ୱରୂପ ଫିଫା ୱିଣ୍ଡୋ ମଧ୍ୟରେ ଭିଏତ୍‌ନାମ୍ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ର ଆୟୋଜନ କରୁଛି । ଭିଏତ୍‌ନାମ୍ ପୁଟ୍‌ବଲ୍ ଫେଡେରେସନ୍ (ଭିଏଫ୍‌ଏଫ୍‌) ଅନୁସାରେ ଏହି ମ୍ୟାଚ୍‌ଗୁଡ଼ିକ ହୋ ଚି ମିନ୍ ସହରର ଥୋଙ୍ଗ୍ ଏନ୍‌ହାତ୍ ଷ୍ଟାଡିୟମ୍‌ରେ ଖେଳାଯିବ ।

ବ୍ଲୁ ଟାଇଗର୍ସ ସେପ୍ଟେମ୍ବର ୨୨ରେ ଭିଏତ୍‌ନାମ୍ ଯାତ୍ରାକରି ୨୮ ତାରିଖରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବ । ଭିଏଫ୍‌ଏଫ୍ ଅନୁସାରେ ସେପ୍ଟେମ୍ବର ୨୧ରୁ ୨୭ ମଧ୍ୟରେ ରାଉଣ୍ଡ୍ ରବିନ୍ ଫର୍ମାଟ୍‌ରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍‌ରେ ତିନିଟି ଟିମ୍ ଭାଗନେବେ । ରାଉଣ୍ଡ୍‌-ରବିନ୍ ଶୀର୍ଷରେ ଥିବା ଟିମ୍‌କୁ ଚାମ୍ପିଅନ୍ ଘୋଷଣା କରାଯିବ । ଭାରତ ବର୍ତ୍ତମାନ ଫିଫା ର‌୍ୟାଙ୍କିଙ୍ଗ୍‌ର ୧୦୪ତମ ସ୍ଥାନରେ ଥିବାବେଳେ ଭିଏତ୍‌ନାମ୍ ୯୭ତମ ଏବଂ ସିଙ୍ଗାପୁର ୧୫୯ତମ ସ୍ଥାନରେ ରହିଛନ୍ତି । ଦୁଇମାସ ତଳେ ଭାରତୀୟ ଟିମ୍ ୨୦୨୩ ଏଏଫ୍‌ସି ଏସିଆନ୍ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଆସନ୍ତା ବର୍ଷ ହେବାକୁ ଥିବା ଏହି କଣ୍ଟିନେଣ୍ଟାଲ୍ ଟୁର୍ଣ୍ଣାମେଣ୍ଟ୍ ପସ୍ତୁତିାରେ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ସହାୟତା କରିବ । ଭାରତୀୟ ଟିମ୍ ମୁଖ୍ୟ କୋଚ୍ ଇଗୋର୍ ଷ୍ଟିମାକ୍ କହିଛନ୍ତି, ଏକ ପ୍ରସ୍ତୁତି କ୍ୟାମ୍ପ୍ ଆୟୋଜନ ପାଇଁ ଉଦ୍ୟମ ଚାଲିଛି ଏବଂ ଭିଏତ୍‌ମାନ୍ ଯାତ୍ରା ପୂର୍ବରୁ କେରଳା ବ୍ଲାଷ୍ଟର୍ସ ବିପକ୍ଷରେ ଏକ ଅଭ୍ୟାସ ମ୍ୟାଚ୍ ଆୟୋଜନର ଆଶା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking