34.1 C
Bhubaneswar
Friday, March 29, 2024
Homeଖେଳରିୟଲ୍ ମାଦ୍ରିଦ୍‌କୁ ରେକର୍ଡ ପଞ୍ଚମ ୟୁଇଏଫ୍‌ଏ ସୁପର୍ କପ୍ ଟାଇଟଲ୍

ରିୟଲ୍ ମାଦ୍ରିଦ୍‌କୁ ରେକର୍ଡ ପଞ୍ଚମ ୟୁଇଏଫ୍‌ଏ ସୁପର୍ କପ୍ ଟାଇଟଲ୍

ହେଲ୍‌ସିଙ୍କି: ଚାମ୍ପିଅନ୍ସ ଲିଗ୍ ବିଜେତା ରିୟଲ୍ ମାଦ୍ରିଦ୍ ବୁଧବାର ଏନ୍‌ଟ୍ରାଚ୍‌ଟ ଫ୍ରାଙ୍କ୍‌ଫର୍ଟକୁ ୨-୦ ଗୋଲ୍‌ରେ ହରାଇ ରେକର୍ଡ ସମକକ୍ଷ ପଞ୍ଚମ ଥର ପାଇଁ ୟୁଇଏଫ୍‌ଏ ସୁପର୍ କପ୍ ଟାଇଟଲ୍ ଜିତିଛି । ଏହା ବ୍ୟତୀତ ଟିମ୍ ଟ୍ରଫି ସହ ସିଜନ୍‌ର ଆରମ୍ଭ କରିଛି । ପ୍ରଥମାର୍ଦ୍ଧରେ ଡେଭିଡ୍ ଆଲାବା ଏବଂ ୬୫ ମିନିଟ୍‌ରେ କରିମ୍ ବେଞ୍ଜାମାଙ୍କ ଗୋଲ୍ ବଳରେ ରିୟଲ୍ ମାଦ୍ରିଦ୍ ଟାଇଟଲ୍ ହାସଲ କରିଥିଲା । ଏହି ଗୋଲ୍ ବଳରେ ବେଞ୍ଜାମା ୩୨୪ ଗୋଲ୍ ସହ ରିୟଲ୍‌ର ସର୍ବକାଳୀନ ଦ୍ୱିତୀୟ ସର୍ବାଧିକ ସ୍କୋରର୍ ହୋଇଛନ୍ତି । ପ୍ରଥମ ହାଫ୍‌ରେ ୟୁରୋପା ଲିଗ୍ ବିଜେତା ଏନ୍‌ଟ୍ରାଚ୍‌ଟ ପ୍ରତିରୋଧ କରିବା ସହ ଗୋଲ୍ ପାଇଁ କେତେକ ସୁଯୋଗ ପାଇଥିଲେ ମଧ୍ୟ ମାଦ୍ରିଦ୍ ଖେଳାଳି ଗୋଲ୍ କରାଇଦେଇ ନଥିଲେ । ଏହି ବିଜୟ ଫଳରେ ଚାରିଥର ଟ୍ରଫି ଜିତିବାରେ ରିୟଲ୍ ମାଦ୍ରିଦ୍‌ର କାର୍ଲୋ ଆନ୍ସେଲୋଟି ପ୍ରଥମ କୋଚ୍ ହୋଇଛନ୍ତି । ରିୟଲ୍ ମାଦ୍ରିଦ୍ ପୂର୍ବରୁ ଏସି ମିଲାନ୍ ଏବଂ ବାର୍ସେଲୋନା ମଧ୍ୟ ପାଞ୍ଚଥର ସୁପର୍ କପ୍ ଟାଇଟଲ୍ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking