31.1 C
Bhubaneswar
Friday, March 29, 2024
Homeଖେଳଶ୍ରୀଲଙ୍କାକୁ ପ୍ରାଇଜ୍ ମନି ଦାନକଲେ କଙ୍ଗାରୁ କ୍ରିକେଟର୍‌

ଶ୍ରୀଲଙ୍କାକୁ ପ୍ରାଇଜ୍ ମନି ଦାନକଲେ କଙ୍ଗାରୁ କ୍ରିକେଟର୍‌

ସିଡ୍‌ନୀ: ଅଷ୍ଟ୍ରେଲୀୟ କ୍ରିକେଟ୍ ଟିମ୍‌ର ଖେଳାଳିମାନେ ନିକଟରେ ଶ୍ରୀଲଙ୍କା ଗସ୍ତରୁ ମିଳିଥିବା ପ୍ରାଇଜ୍ ମନି ସଂକଟଗ୍ରସ୍ତ ଶ୍ରୀଲଙ୍କାର ଛୋଟ ଛୋଟ ପିଲାମାନଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି । ଗୁରୁବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ପୁରୁଷ ଟିମ୍‌ର ଶ୍ରୀଲଙ୍କା ଗସ୍ତ ଅବସରରେ ଶ୍ରୀଲଙ୍କାରେ ଇନ୍ଧନ ପାଇଁ ଲାଗିଥିବା ଲମ୍ବା ଲମ୍ବା ଧାଡ଼ି ଏବଂ ରାଜନୈତିକ ଆନ୍ଦୋଳନକୁ ଦେଖିବା ପରେ ଏକ ମାନବୀୟ ସହାୟତା ରୂପେ ଶ୍ରୀଲଙ୍କାକୁ ୩୦ ହଜାର ଆମେରିକୀୟ ଡଲାର ଦାନ କରାଯାଇଛି ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ କହିଛି । ମୁଦ୍ରାସ୍ଫୀତି ଏବଂ ଇନ୍ଧନା ଅଭାବ ଯୋଗୁଁ ଲକ୍ଷ ଲକ୍ଷ ଶ୍ରୀଲଙ୍କାବାସୀଙ୍କ ଅବସ୍ଥା ସଙ୍ଗୀନ ହୋଇପଡ଼ିଛି । ଜାତିସଂଘ ଏହାକୁ ମାନବୀୟ ସଙ୍କଟ ଭାବେ ଘୋଷଣା କରିଥିବା ବେଳେ ହିଂସ୍ର ଆନ୍ଦୋଳନ କାରଣରୁ ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଶ୍ରୀଲଙ୍କା ଗସ୍ତ ଅବସରରେ ଭ୍ରମଣକାରୀ ଅଷ୍ଟ୍ରେଲୀୟ କ୍ରିକେଟର୍ ଏହି ସଂକଟକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଥିଲେ । ଏହି ଦାନଅର୍ଥ ଜାତିସଂଘ ଏଜେନ୍ସି ୟୁନିସେଫ୍ ଫଣ୍ଡ୍‌କୁ ଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking