27.1 C
Bhubaneswar
Saturday, May 31, 2025
Homeଦେଶ ବିଦେଶବିବାହ ବନ୍ଧନରେ ବାନ୍ଧି ହେଲେ ମୌନି ରୟ

ବିବାହ ବନ୍ଧନରେ ବାନ୍ଧି ହେଲେ ମୌନି ରୟ

ମୁମ୍ବାଇ :  ଆଜି ନିଜର ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ସୁରଜ ନାମ୍ବିୟାର୍‌ଙ୍କ ଦୁଲହନିଆ ସାଜିଛନ୍ତି ମୌନି । ଗୋଆର ଏକ ପଞ୍ଚ ତାରକା ହୋଟେଲରେ ଆଜି ହେବ ମୌନି ଓ ସୁରଜଙ୍କ ୱେଣ୍ଡିଂ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଗତକାଲି ମୌନିଙ୍କ ହଳଦୀ ଓ ମେହେନ୍ଦୀ ସେରିମନି ହୋଇଥିବା ବେଳେ ଆଜି ଆୟୋଜିତ ହେବ ଗ୍ରାଣ୍ଡ ରିସେପସନ । ମୌନିଙ୍କ ହଳଦୀ ସେରିମନି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହଳଦା ରଙ୍ଗର ଲେହେଙ୍ଗାରେ ଖୁବ ସୁନ୍ଦର ଦେଖା ଯାଉଛନ୍ତି ଅଭିନେତ୍ରୀ ଜଣକ। ଏପରିକି ହଳଦୀ ସେରିମନିରେ ମୌନି ଖୁବ ମସ୍ତି କରୁଥିବା ଦେଖିବାକୁ ମିଳିଛି । ମୌନି ପ୍ରଥମ ଥର ପାଇଁ ନିଜ ଭାବି ପତି ସୁରଜ ନାମ୍ବିଆରଙ୍କ ସହ ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ମୌନି ଲାଲ ରଙ୍ଗର ଏକ ସୁଟ ପିନ୍ଧିଥିବା ବେଳେ ସୁରଜ ଅଫ ହ୍ୱାଇଟ ରଙ୍ଗର କୁର୍ତ୍ତାରେ ନଜର ଆସିଛନ୍ତି।

ଆଜି ମୌନି ଓ ସୁରଜଙ୍କ ମଧ୍ୟରେ ୨ ପ୍ରକାର ବିବାହ ସମ୍ପନ୍ନ ହେବ । ପ୍ରଥମେ ବଙ୍ଗାଳି ରୀତିରେ ବିବାହ ସମ୍ପନ୍ନ ହେବ । ଏହାପରେ ସାଉଥ ଇଣ୍ଡିଆନ ନିୟମ ଅନୁଯାୟୀ ପଡ଼ିବ ହାତ ଗଣ୍ଠି। ୱେଣ୍ଡିଂ ଥିମ ହ୍ୱାଇଟ ରହିଛି। ସମସ୍ତ ଗେଷ୍ଟଙ୍କୁ ହ୍ୱାଇଟ ଆଉଟଫିଟ୍‌ରେ ସାମିଲ ହେବାକୁ କୁହାଯାଇଛି। ମୌନିଙ୍କ ବିବାହରେ ଟେଲିଭିଜନ ତଥା ବଲିଉଡର ବହୁ ଆଗ ଧାଡ଼ିର ସେଲିବ୍ରିଟି ସାମିଲ ହେବେ। ୨ ଦିନ ଧରି ଚାଲିବ ବିବାହ ସେଲିବ୍ରେଶନ । ଗେଷ୍ଟ ଲିଷ୍ଟରେ ଅର୍ଜୁନ ବିଜଲାନୀଙ୍କଠାରୁ ଆରମ୍ଭ କରି ମନ୍ଦିରା ବେଦୀ ସାମିଲ ହୋଇଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଗେଷ୍ଟମାନେ ଖୁବ ମସ୍ତି କରୁଥିବା ଦେଖିବାକୁ ମିଳିଛି।ମୌନିଙ୍କ ଭାବି ପତି ସୁରଜ ମୁଖ୍ୟତଃ କର୍ଣ୍ଣାଟକର ମୂଳ ବାସିନ୍ଦା ହୋଇଥିବା ବେଳେ ଦୁବାଇରେ ଜଣେ ବ୍ୟାଙ୍କର ଓ ବିଜନେସମ୍ୟାନ ଅଟନ୍ତି। ୨୦୧୯ ନୂଆ ବର୍ଷ ପାଳନ ପାଇଁ ମୌନି ଦୁବାଇ ଯାଇଥିବା ବେଳେ ସେଠାରେ ଏକ କ୍ଲବରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ହିଁ ମୌନିଙ୍କ ସୌନ୍ଦର୍ୟ୍ୟର ଦିବାନା ହୋଇ ଯାଇଥିଲେ ସୁରଜ । ଏହାପରେ ଉଭୟଙ୍କ ମଧ୍ୟ ରିଲେସନ ଆରମ୍ଭ ହୋଇଥିବା ବେଳେ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking