27.1 C
Bhubaneswar
Saturday, May 31, 2025
Homeଓଡିଶାଟାର୍ଗେଟ୍‌ରେ ୮୦ କଲ୍ୟାଣ ମଣ୍ଡପ,କାଲି ଠାରୁ କାର୍ଯ୍ୟାନୁଷ୍ଠାନ

ଟାର୍ଗେଟ୍‌ରେ ୮୦ କଲ୍ୟାଣ ମଣ୍ଡପ,କାଲି ଠାରୁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ରାଜଧାନୀରେ ୯୪ଟି କଲ୍ୟାଣମଣ୍ଡପ ତଥା ବିବାହ ମଣ୍ଡପ ରହିଛି। ସେ ସମସ୍ତ ମଣ୍ଡପ ବେଆ‌ଇନ ଭାବେ ଚାଲିଥିବା ସର୍ଭେରୁ ଜଣାପଡ଼ିଥିଲା। ତେଣୁ ସେମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ସଜାଡ଼ିବା ସହ ବିଡିଏ ଓ ବିଏମ୍‌ସିରୁ ବିଲଡିଂ ପ୍ଲାନ୍ ଅନୁମୋଦନ କରିବାକୁ ଏକ ମାସ ସମୟ ଦିଆଯାଇଥିଲା। ଆସନ୍ତାକାଲି ଏହି କଣ୍ଟ ପୂରିଯିବ। ୧୪ଟି କଲ୍ୟାଣମଣ୍ଡପ କିଛି ମାତ୍ରାରେ ସେମାନଙ୍କ ଭିତ୍ତିଭୂମି ସଜାଡ଼ିଥିଲେ। ଯେଉଁମାନଙ୍କର ପ୍ଲାନ୍ ଅନୁମୋଦନ ହୋଇନଥିଲା, ସେମାନେ ବିଡିଏ ଓ ବିଏମ୍‌ସିରେ ଆବେଦନ କରିଥିଲେ। ଏହି ଆଧାରରେ ୧୪ଟି କଲ୍ୟାଣ ମଣ୍ଡପକୁ ବିଏମ୍‌ସି ପକ୍ଷରୁ ସବୁଜ ସଂକେତ ଦିଆଯାଇଛି। ହେଲେ ଯେଉଁ ୮୦ଟି କଲ୍ୟାଣମଣ୍ଡପ ନିୟମ ମାନିନାହାନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଯେଉଁ କଲ୍ୟାଣ ମଣ୍ଡପ ରେ ବିଲଡିଂ ପ୍ଲାନ୍ ଅନୁମୋଦନ ହୋଇନି, ହୋଲଡିଂ ଟିକସ ଦେଉନାହାନ୍ତି, ଟ୍ରେଡ୍ ଲାଇସେନ୍ସ ନାହିଁ, ପାର୍କିଂ ସୁବିଧା ବି ନାହିଁ ସେଗୁଡ଼ିକ ଶୀଘ୍ର ସିଲ୍ ହେବ। ଫେବ୍ରୁଆରି ୨ରୁ ବିଏମ୍‌ସି ଓ ବିଡିଏର ମିଳିତ ସ୍କ୍ବାଡ୍ କଲ୍ୟାଣମଣ୍ଡପ ସିଲ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ବିଏମ୍‌ସିର ତିନିଟି ଜୋନ୍‌ର ଜୋନାଲ ଡେପୁଟି କମିସନରମାନଙ୍କ ନେତୃତ୍ୱ ରେ ଗଠନ ହୋଇଥିବା ସ୍ବତନ୍ତ୍ର ସ୍କ୍ବାଡ୍ ସେମାନଙ୍କ ଅଞ୍ଚଳରେ ଚଢ଼ଉ କରି ସିଲ୍ କରିବେ। କେଉଁ ଦିନ କେଉଁ କଲ୍ୟାଣମଣ୍ଡପ ସିଲ୍ କଲେ, ତା’ର ତାଲିକା ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଦେବାକୁ ଜୋନାଲ୍ ଡେପୁଟି କମିସନର୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking